Indus Valley Times

ଦିଗପହଣ୍ଡିରେ ଦୁଇଟି ସ୍ଥାନରେ ବୋମାମାଡ଼, ପୁଲିସକୁ ଖୋଲା ଚାଲେଞ୍ଜ କଲେ ଦୁର୍ବୁତ୍ତ

 Breaking News

ଦିଗପହଣ୍ଡିରେ ଦୁଇଟି ସ୍ଥାନରେ ବୋମାମାଡ଼, ପୁଲିସକୁ ଖୋଲା ଚାଲେଞ୍ଜ କଲେ ଦୁର୍ବୁତ୍ତ

October 26
22:31 2024

ଗଞ୍ଜାମ, ୨୬/୧୦ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟ ଏକ ଫାଇନାନ୍ସ କମ୍ପାନୀ ଅଫିସ ନିକଟରେ ଆଜି ସନ୍ଧ୍ୟାରେ ଫୁଟିଛି ବୋମା। ବୁଲେଟରେ ଆସି ଦୁଇ ଜଣ ବ୍ୟକ୍ତି ଦୁଇ ଗୋଟି ବୋମା ପକାଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
ସନ୍ଧ୍ୟା ପ୍ରାୟ ସାତଟା ରୁ ସାଢ଼େ ସାତଟା ମଧ୍ୟରେ ଏହି ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତନାଘନା କରିଛି। ଫୁଟିଥିବା ବୋମାର ସୁତୁଲିକୁ ପୁଲିସ ରାସ୍ତା ଉପରୁ ଜବତ କରିଛି। ତେବେ ବୋମା କାହା ଉଦ୍ଦେଶ୍ୟରେ ନିକ୍ଷେପ କରାଯାଇଥିଲା ବା କେଉଁ ଉଦ୍ଦେଶ୍ୟରେ ଫିଙ୍ଗା ଯାଇଥିଲା, ତାହା ଜଣାପଡ଼ିନାହିଁ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930