Indus Valley Times

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ ଅନୁଷ୍ଠିତ

 Breaking News

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ ଅନୁଷ୍ଠିତ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ ଅନୁଷ୍ଠିତ
October 27
20:06 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୭/୧୦ : ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଉପଲକ୍ଷେ ପ୍ରଥମ ଦିବସରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ନାଗରିକଙ୍କ ପାଇଁ ସାଧୁତାର ଶପଥାପାଠ କରାଇଥିଲେ ।
ଉକ୍ତ ବୈଠକରେ ଡେପୁଟୀ କଲେକ୍ଟର, ରାଜସ୍ବ ନିବେଦିତା ପରିଡ଼ା, ଡେପୁଟି କଲେକ୍ଟର, ନ୍ୟାୟିକ, ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟି କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର, ଭୂଅର୍ଜନ ଅଧିକାରୀ କ୍ରିଷ୍ଣା କୁମାର ଜେନା, ସହକାରୀ ଜିଲ୍ଲାପାଳ, ଅକ୍ଷୟ କୁମାର ଜେନା ମଞ୍ଚାସିନ ଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର‌୍ୟ୍ୟନ୍ତ ଜିଲ୍ଲାରେ ପାଳନ ହେଉଅଛି ବୋଲି ସୂଚନା ଦେବାସହ ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ଵନ୍ଧରେ ଅବଗତ କରାଇଥିଲେ ।
ସଭାର ସଭାପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନାଗରିକ ପାଇଁ ସାଧୂତାର ଶପଥ ପାଠ କରାଇଥିଲେ।
ଏହି ଅବସରରେ ଶ୍ରୀ ବେଉରା ପ୍ରତ୍ୟେକ ବିଭାଗ ଓ ଉପବିଭାଗ ଅଧିକାରୀ ମାନେ ସାଧୁତା ବଜାୟ ରଖିବା ଜରୁରୀ ଅଟେ ବୋଲି ପ୍ରକାଶ କରିଥିଲେ।
ବିଭାଗ ଓ ଉପ ବିଭାଗ ଅଧିକାରୀ ମାନେ ନିଜ ନିଜ କାର୍ଯ୍ୟାଳୟର କାର୍ଯ୍ୟ ପ୍ରଗତିର ନିରନ୍ତର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସମସ୍ତ ଅଧିକାରୀ ସାଧୁତା, ସଚ୍ଚୋଟତା,ସମୟାନୁବର୍ତ୍ତିତା ବଜାୟ ରଖି ନିଷ୍ଠାପର ଭାବେ ସରକାର ଓ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ସମ୍ପାଦନ କଲେ ଦୁର୍ନୀତି ଭଳି କୁଚ୍ଛିତ କାର‌୍ୟ୍ୟ ଦୁର ହୋଇ ଜିଲ୍ଲା ଦୃତ ବିକାଶ ପଥେ ଆଗେଇ ସମଗ୍ର ରାଜ୍ୟରେ ଓ ଦେଶରେ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଇ ଗଭର୍ଣାଂସ୍ ପରିଚାଳକ ଶ୍ରୀ ମାନସ କୁମାର ବ୍ରହ୍ମ, ସମସ୍ତ ଉପ ବିଭାଗୀୟ ଅଧିକାରୀ, ସମସ୍ତ କ୍ଷୀପ୍ର ଲେଖକ ଓ ଲେଖିକା, ସମସ୍ତ ବରିଷ୍ଠ ଓ କନିଷ୍ଠ ସହାୟକ ଓ ଅନ୍ୟ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31