Indus Valley Times

ଦୁର୍ବୃତ୍ତଙ୍କ ଆତଙ୍କରାଜ : ଜାତୀୟ ରାଜପଥ କଡ଼ରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ

 Breaking News

ଦୁର୍ବୃତ୍ତଙ୍କ ଆତଙ୍କରାଜ : ଜାତୀୟ ରାଜପଥ କଡ଼ରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ

ଦୁର୍ବୃତ୍ତଙ୍କ ଆତଙ୍କରାଜ : ଜାତୀୟ ରାଜପଥ କଡ଼ରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ
July 03
10:43 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩/୭ : ଗୋପାଳପୁର ଠାରୁ ରାୟପୁର ଯାଇଥିବା ୫୯ ନଂ. ଜାତୀୟ ରାଜପଥ ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର କଡରେ ଲାଗିଥିବା ଲୁହା ରେଲିଂଗୁଡିକୁ ଦୁର୍ବୃତ୍ତ ମାନେ କାଟି ଚୋରି କରି ନେଉଥିବା ଅଭିଯୋଗ ହୋଇଛି। ଗୋଟିଏ ସ୍ଥାନରେ ରେଲି କାଟି ଚୋରି ଉଦ୍ୟମ ବେଳେ କୌଣସି କାରଣରୁ ଦୁର୍ବୃତ୍ତ ରେଲିଂକୁ କାଟିବା ପରେ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ପଞ୍ଚୁପଲିଠାରୁ ବାଲିଗୁଡ଼ା ପର୍ଯ୍ୟନ୍ତ ଉକ୍ତ ରାଜପଥରେ କଡରେ ରେଲିଂ ଯାତ୍ରୀଙ୍କ ପାଦରେ ଚାଲିକି ସୁରକ୍ଷିତ ଭାବେ ଯାତାୟାତ ପାଇଁ କରାଯାଇଥିଲା କିନ୍ତୁ ଏକାଧିକ ସ୍ଥାନରେ ଉକ୍ତ ରାଜପଥରେ ରେଲିଂଗୁଡିକୁ ଦୁର୍ବୃତ୍ତମାନେ ସିଧା ଚୋରି କରି ନେଇଯାଉଥିବା ଅଭିଯୋଗ ହୋଇଛି।
ପୁର୍ବରୁ ଜାତୀୟ ରାଜପଥ ପକ୍ଷରୁ ସୋଲାର ଷ୍ଟ୍ରିଟ୍ ଲାଇଟ୍‌ରୁ ବ୍ୟାଟେରୀ ଓ ସୋଲାର ପ୍ୟାନେଲ ଚୋରି ହୋଇଥିବା ବେଳେ ଏବେ ଲୁହା ରେଲିଙ୍ଗ ଚୋର ମାତିଥିବା ଅଭିଯୋଗ ହୋଇଛି। ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବାସଭବନ ସମ୍ମୁଖରୁ କେହି ଦୁର୍ବୃତ୍ତ ଏହି ରେଲିଂ କାଟି ଦେଇଥିବା ସେ ରାଜପଥ ବିଭାଗର ଠିକାସଂସ୍ଥାକୁ ଜଣାଇଥିବା କହିଛନ୍ତି।
ସେ ତୁରନ୍ତ ଏହାର ତଦନ୍ତ କରିବାକୁ ଦାବି କରି ଦୁର୍ବୃତ୍ତଙ୍କୁ ଆଇନ ଅନୁସାରେ ଦଣ୍ଡିତ ପାଇଁ ନିବେଦନ କରିଛନ୍ତି।
ଏନେଇ ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ ଶିଶିର ସ୍ବାଇଁ ଚୋରି ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି।
ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନକୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ
କନ୍ଧମାଳ, ୩/୭ : କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ବନ୍ଦ କରାଯାଇଛି।
ମାତ୍ର ଛୁଟି ସମୟରେ ଜାରି ରହିବ ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ। କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେଲାଣି ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ବିଭିନ୍ନ ନଦୀ,ନାଳ ଫୁଲିବା ସହିତ ବହୁ ଅଞ୍ଚଳ ଜଳାର୍ଣ୍ଣବ ହେଇଛି।
ଏ ନେଇ କନ୍ଧମାଳ ଜିଲ୍ଲା ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ମିଶାଇ ମୋଟ ୪୬୭.୨ ମଲିମିଟର ବର୍ଷା ହୋଇଛି।
ବାଲିଗୁଡା ରେ ସର୍ବାଧିକ ୯୦ ମିଲିମିଟର ବର୍ଷା ହୋଇ ରେକର୍ଡ କରାଯାଇଥିବା ବେଳେ ଖଜୁରୀପଡ଼ାରେ ୭୫.୨ ମିଲିମିଟର ଏବଂ ଫିରିଙ୍ଗିଆରେ ୭୨.୬ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ସମ୍ଭାଵ୍ୟ ଅତିରୁ ଅତି ପ୍ରବଳ ବର୍ଷା ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଇଛି ବୋଲି କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ବାଧାପ୍ରାପ୍ତ
ବାଲିଗୁଡ଼ା, ୩/୭ : ଜୁଲାଇ ୧ ତାରିଖ ରାଷ୍ଟ୍ରୀୟ ଡାକ୍ତର ଦିବସରୁ ଓମସା ପକ୍ଷରୁ ୧୦ ଦଫା ଦାବିରେ ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ରାଜ୍ୟ ଡାକ୍ତର ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି ସମୁହ ଡାକ୍ତର ।
ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିଥିବା ଯୋଗୁଁ ରୋଗୀ ସେବାରେ ଘୋର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ସରକାର ଦାବି ପୁରଣ ନକରିବା ଯାଏଁ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ଓମସା ପକ୍ଷରୁ କୁହାଯାଉ ଥିବା ବେଳେ ସେପଟେ ଡାକ୍ତରଖାନାରେ ସେବା ନପାଇ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।
କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୩୪ ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି ।
ରୋଗୀ ସେବା ବାଧାପ୍ରାପ୍ତ ଯୋଗୁଁ ଆମେ ଦୁଃଖିତ । ଡାକ୍ତରଙ୍କ ପ୍ରତି ସରକାରଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ଅସୁବିଧା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ଓମସା କନ୍ଧମାଳ ଜିଲ୍ଲା ସମ୍ପାଦକ ସୁନିଲ୍ କୁମାର ବେହେରା ପ୍ରକାଶ କରିଛନ୍ତି ।
ମୃତ୍ୟୁ ଏମିତି ବି ଆସେ…୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଯୁବକ ଙ୍କ ଅକାଳ ମୃତ୍ୟୁ : ବିଭିନ୍ନ ମହଲରୁ ଶୋକ ପ୍ରକାଶ
ବାଲିଗୁଡା, ୩/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ଜଣାଶୁଣା ଯୁବକ ତଥା ସମାଜସେବୀ ଭାବେ ପରିଚିତ ମନୋଜ କୁମାର ପଣ୍ଡା (ପିଣ୍ଟୁ ) (୩୪) ଙ୍କ ବୁଧବାର ଅପରାହ୍ନ ରେ ୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ପିଣ୍ଟୁ ଙ୍କ ଅକାଳ ମୃତ୍ୟୁ ଘଟିଛି ।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ରୁ ପ୍ରକାଶ ଯେ, ସ୍ଥାନୀୟ ହନୁମାନ ମନ୍ଦିର ନିକଟସ୍ଥ ନିଜ ହୋଟେଲ ଭବାନୀ କେଫ ରେ ଉପରେ ମାଙ୍କଡ଼ ମାନଙ୍କ ଉପଦ୍ରଵ କୁ ଆଡେଇ ବାକୁ ଯାଇ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ କୌଣସି ପ୍ରକାରେ ଆସିଯିବାରୁ ମନୋଜ ସେଠାରେ ପଡ଼ି ଯାଇଥିଲେ, ଏହି ବିଷୟ ହୋଟେଲ କର୍ତ୍ତୃପକ୍ଷ ଦେଖିବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲ ଧରି ଯାଇଥିଲେ ।
ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେ ପିଲା ବେଳୁ ହିଁ ଏକା ଧାରରେ ଜଣେ ମେଳାପୀ, ପରୋପକାରୀ, ବନ୍ଧୁ ବସ୍ଥଳ ଭାବେ ବେଶ ଜଣାଶୁଣା ଥିବା ସହ ଫ୍ରେଣ୍ଡସ କ୍ଲବ ଓ ବିପଦ ର ବନ୍ଧୁ ଭଳି ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ ।
ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନେ ଗଭୀର ମର୍ମାହତ ହୋଇଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ମୃତ୍ୟୁ ଖବର ପାଇ ବନ୍ଧୁ ପରିଜନ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ବର୍ଗତ ପଣ୍ଡା ଙ୍କ ମର ଶରୀର କୁ ମେଡିକାଲ ଠାରୁ ଏକ ବିରାଟ ପଟୁଆର ରେ ସହର ପରିକ୍ରମା କରିବା ସମୟରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ ।
ପରିବାର ର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ସ୍ଥାନୀୟ ସବ ଜେଲ ନିକଟସ୍ଥ ସ୍ମଶାନ ଘାଟ ଠାରେ ଅନ୍ତିମ ସଂସ୍କାର ସମାପନ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31