Indus Valley Times

ଧର୍ମଶାଳାରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା

 Breaking News

ଧର୍ମଶାଳାରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା

ଧର୍ମଶାଳାରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା
July 24
20:17 2026

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ
ଯାଜପୁର/ଧର୍ମଶାଳା,୨୪/ ୭: ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ବାହୁଡାଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
ବିଭିନ୍ନ ସ୍ଥାନରେ ଥିବା ମାଉସୀମା ମନ୍ଦିରରେ ୯ଦିନ ରହଣୀ ପରେ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ଆଜି ମନ୍ଦିର ପରିସରକୁ ଫେରିଛନ୍ତି ।
ମନ୍ଦିରର ସେବାୟତମାନେ ଶ୍ରୀ ଜୀଉଙ୍କୁ ପୂଜାର୍ଚ୍ଚନା କରି ପାଛୋଟି ଆଣିଥିଲେ । ଏହିକ୍ରମରେ ଆଜି ଧର୍ମଶାଳା ହାଟପଡିଆସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରରେ ୯ ଦିନ କାଳ ରହଣି ପରେ ଆଜି ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରକୁ ଫେରିଛନ୍ତି ।
ଆଜି ନିତିକାନ୍ତି ପରେ ଆଡପମଣ୍ଡପରୁ ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଡ କରାଯାଇଥିଲା । ପରେ ଧର୍ମଶାଳା ବିଧାୟକ ଠାକୁର ରାଜା ଭାବେ ରଥରେ ଚଢି ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।
ମୁନସୀମେଲଣ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ମିଳିତ ଭାବେ ରଥଟଣା ଆରମ୍ଭ ହୋଇ ଧର୍ମଶାଳା ବଜାର,ଶାନ୍ତିବଜାର, ବୁଦ୍ଧଛକ, ଜାରକାବଜାର ଦେଇ ରଥ ଭାଲୁଖାଇ ମନ୍ଦିରରେ ପହଁଚିଥିଲା ।
ଠାକୁରଙ୍କ ଏହି ବାହୁଡାଯାତ୍ରା ସମୟରେ ବିଭିନ୍ନ ଛକ ମାନଙ୍କରେ ଭଜନ କିର୍ତନ, ଗୋଟିପୁଅ ନୃତ୍ୟ, ଓଡିଶୀ ନୃତ୍ୟ ପ୍ରଦର୍ଶିତ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଆଖପାଖ ଅଂଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ରଥ ଟାଣିଥିବା ବେଳେ ବିଭିନ୍ନ ସ୍ଥାନରେ ମହିଳାମାନେ ରାସ୍ତାରେ ଝୋଟି ଓ ମୁରୁଜ ପକାଇବା ସହ କଳସ ବସାଇ ଠାକୁରଙ୍କୁ ବନ୍ଦାପନା କରିଥିଲେ ।
ମୁନସୀମେଲଣ କମିଟି ସଭାପତି ତଥା ଥାନା ଅଧିକାରୀ ଚିନ୍ମୟୀ ସାହୁ, କାର୍ଯ୍ୟକାରୀ ସଭାପତି ଜଳଧର ମହାନ୍ତି, ସମ୍ପାଦକ ପ୍ରମୋଦ ଦାସ, ସହ ସମ୍ପାଦକ ପ୍ରବୋଧ ପାତ୍ର, କୋଷାଧ୍ୟକ୍ଷ ମନୋଜ ରାଉଳ, ଗଗନ ବରାଳ,ବିଚିତ୍ର ସ୍ୱାଇଁ,ଚନ୍ଦ୍ରମଣି ପଣ୍ଡିତ, ଶରତ ଓଝା, ସୂର‌୍ୟ୍ୟକାନ୍ତ ରାଉତ, ଗଙ୍ଗାଧର ମହାରଣା, ଅଶୋକ ସାହୁ,ସନ୍ତୋଷ ଜେନା ସମେତ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି ଇଂ କଳ୍ପତରୁ ସାହୁ ,ସମ୍ପାଦକ ମନୋଜ ରଣା ,କୋଷାଧ୍ୟକ୍ଷ ଅଭୟ ରାଉତ, ସହ ସମ୍ପାଦକ ଜ୍ଞାନେନ୍ଦ୍ର ରାଉତ,ସଦସ୍ୟ ପ୍ରସନ୍ନ ବରାଳ,ଶ୍ରୀନିବାସ ଜେନା, ସୁନିଲ ରାଉତରାୟ,ଜିତେନ୍ଦ୍ର ରାଉତ, ରାଜେଶ କୁମାର ପାଳ, ପ୍ରଦୀପ୍ତ ରାଉତ, ଚିତରଞ୍ଜନ ଦାସ, ବୀର କିଶୋର ପାଢୀ ପ୍ରମୁଖ ଉଭୟ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଶାନ୍ତିଶୃଙ୍ଖଳା ରକ୍ଷା ପଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆସନ୍ତା କାଲି ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରଥାରୁଡ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930