Indus Valley Times

ଧାମନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଅବନ୍ତୀ ଦାସଙ୍କୁ ଟିକେଟ୍

 Breaking News

ଧାମନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଅବନ୍ତୀ ଦାସଙ୍କୁ ଟିକେଟ୍

October 12
21:51 2022

ଭୁବନେଶ୍ୱର,୧୨/୧୦: ମହିଳା କାର୍ଡ ଖେଳିଲା ବିଜେଡି। ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟାଇ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି।ଧାମନଗର ନିର୍ବାଚନମଣ୍ଡୀରେ ହେବାକୁ ଥିବା ଉପନିର୍ବାଚନରେ ଅବନ୍ତୀ ଦାସ ହେଲେ ବିଜେଡି ପ୍ରାର୍ଥୀ। ଅବନ୍ତୀ ହେଉଛନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା। ତିହିଡି ବ୍ଲକରେ ତାଙ୍କର ଦବ୍ଦବା ରହିଛି। ଏଥିସହ ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ବୋଲି ଆଲୋଚନା ହେଉଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅବନ୍ତୀ।
ବିଜେଡି ପ୍ରାର୍ଥୀ ଘୋଷଣା ପରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ କହିଛନ୍ତି, ଅବନ୍ତୀ ଦାସ ମୋ ସଂପର୍କୀୟ। ମୁଁ ତାଙ୍କୁ ବ୍ଲକ ଅଧ୍ୟକ୍ଷା କରାଇଥିଲି। ତାଙ୍କ ବିଜୟ ପାଇଁ ସଂପୂର୍ଣ୍ଣ ସହଯୋଗ ରହିବି ବୋଲି ରାଜେନ୍ଦ୍ର ଦାସ କହିଛନ୍ତି।
ନଭେମ୍ୱର ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ। ସେଥିପାଇଁ ଧାମନଗର ରାଜନୀତି ପାଣିପାଗ ଉଷ୍ମ ହେଲାଣି। ବିଜେପି ସୂରଜ ସୂର‌୍ୟ୍ୟବଂଶୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ମଙ୍ଗଳବାର ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031