Indus Valley Times

ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ, ଘରେ ଘରେ ଉତ୍ସବର ମାହୋଲ

 Breaking News

ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ, ଘରେ ଘରେ ଉତ୍ସବର ମାହୋଲ

ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ, ଘରେ ଘରେ ଉତ୍ସବର ମାହୋଲ
August 28
11:40 2025

ସମ୍ବଲପୁର, ୨୮/ ୮ଜ୍ଞ: ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ସେହି ମୁହୂର୍ତ୍ତ ଆସି ପହଁଚିଯାଇଛି, ଯାହାକୁ ସାରା ଚାଷୀ କୂଳ ଅତି ଉତ୍କଣ୍ଠାରେ ସହିତ ଅପେକ୍ଷା କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ ପ୍ରସାଦ ।
ନୂଆ ସରିଆ ଧାନରେ ପ୍ରସ୍ତୁତି ନବାନ୍ନ କୂରେଇ ପତ୍ରରେ ଲାଗି କରାଯାଇଛି । ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମଧ୍ୟରେ ଏହି ବିଧି ଅନୁଷ୍ଠିତ ହୋଇଛି । ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ନବାନ୍ନ ଲାଗି ହୋଇଛି । ପରେ ପରେ ଚାଷୀ ପରିବାର ମଧ୍ୟ ନୂଆ ଖାଇବେ ।
ନୂଆଁଖାଇର ବିଶେଷତ୍ୱ ହେଉଛି, ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ଶରତ ଋତୁ ଆରମ୍ଭରେ ତଥା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହୋଇଥାଏ । କ୍ଷେତରେ ଫଳିଥିବା ଧାନରେ ପୋକ ଲାଗିବା ପୂର୍ବରୁ ପ୍ରଥମ ଅନ୍ନ ମା’ଙ୍କ ନିକଟରେ ଲାଗିଥାଏ ।
ଖାଲି ସମ୍ବଲପୁରରେ ସାରା ପଶ୍ଚିମ ଓଡ଼ିଶା ସୁନ୍ଦରଗଡ଼, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଏବଂ କଳାହାଣ୍ଡିରେ ଏହି ପର୍ବ ପାଳନ କରାଯାଇଥାଏ । ବଲାଙ୍ଗୀରେ ମା’ ପାଟଣେଶ୍ୱରୀ, କଳାହାଣ୍ଡିର ମା’ ମାଣିକେଶ୍ୱରୀ, ନୂଆପଡ଼ାରେ ମା’ ରକ୍ତାମ୍ବରୀଙ୍କ ନିକଟରେ ମଧ୍ୟ ନୂଆଁଖାଇ ପାଳନ ହୋଇଥାଏ ।
ସେପଟେ କମ୍ପି ଉଠୁଛି ସମ୍ବଲପୁରଠାରୁ ଆରମ୍ଭ କରି ସୁନ୍ଦରଗଡ଼ଠାରୁ କଳାହାଣ୍ଡି ଯାଏ । ଦୁଲଦୁଲି ବାଜାର ତାଳେ ତାଳେ ଚାଲିଛି ସମ୍ବଲପୁରୀ ନୃତ୍ୟ । ସବୁଠି ପିଠା ପଣାର ମହକ । ନୂଆ ବସ୍ତ୍ର ସହିତ ଚାଲିଛି ନୂଆ ଭକ୍ଷଣ । ନୂଆଁଖାଇ ଏକ ଅନନ୍ୟ ଭାଇଚାରାର ପରମ୍ପରା । ଯେଉଁ ଦିନ କାହାରି ମନରେ ଆଉ ରାଗ, ହିଂସା କ୍ରୋଧ ନ ଥାଏ । ପରିବାରର ସମସ୍ତ ସଦସ୍ୟ ସବୁକିଛି ଭୂଲି ଏକାଠି ହୋଇଥାଆନ୍ତି । ନୂଆ ସରିଆ ଧାନରେ ପ୍ରସ୍ତୁତ ନବାନ୍ନ ଖାଇ ଥାଆନ୍ତି । ଏହା ପରେ ସାରା ଚାଷୀ ପରିବାର ନୂଆ ଖାଇବା ସହିତ ବଡ଼ମାନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିବେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031