Indus Valley Times

ନକଲି ମେଡିସିନ ଜବତ ହେବା ଘଟଣା ରେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

 Breaking News

ନକଲି ମେଡିସିନ ଜବତ ହେବା ଘଟଣା ରେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

September 11
16:33 2022

କଟକ ,୧୧/୯: ନକଲି ମେଡିସିନ୍ ଘଟଣାରେ କଟକ ପୁରୀଘାଟ ଥାନାରେ ଏତଲା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଦୁଇ ଡିଷ୍ଟ୍ରିବ୍ୟୁଟର- ଭି.ଆର୍ ଏଜେନ୍ସୀ ଓ ପୂଜା ଏଣ୍ଟରପ୍ରାଇଜେସ୍ର ସଦସ୍ୟ ପଦ ରଦ୍ଦ କରି ଦିଆଯାଇଛି।
କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଏହି ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହା ସହିତ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।
ଏହି ଦୁଇ ଡିଷ୍ଟ୍ରିବ୍ୟୁଟର ନକଲି ମେଡିସିନ୍ ଆଣି ବଜାରକୁ ଛାଡ଼ିଥିବା ନେଇ ପ୍ରମାଣ ପାଇବା ପରେ ଗତକାଲି କଟକ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଏହା ସହ କଟକ ଏସ୍ଡିଜେଏମ୍ଙ୍କ କୋର୍ଟରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା।
ସୂଚନା ଅନୁଯାୟୀ, ଏହି ଦୁଇ ଡିଷ୍ଟ୍ରିବ୍ୟୁଟର ବେଙ୍ଗାଲୁରୁ ଓ ଗୟାରୁ ନକଲି ଟେଲମା-୪୦ ଔଷଧ ଆଣିଥିଲେ। ସେମାନେ ଏହାକୁ ଶହେରୁ ଅଧିକ ଔଷଧ ଦୋକାନ ବିକ୍ରି ନିମନ୍ତେ ଦେଇଥିଲେ।
ଏହି ଔଷଧକୁ ହୃଦ୍ରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀ ବ୍ୟବହାର କରୁଥିବା ବେଳେ ଏହାର ପ୍ରଭାବ ନପଡ଼ିବାରୁ ବଜାରରେ ନକଲି ଔଷଧ ମିଳୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ତା’ପରେ ଜୋରଦାର ଚଢ଼ାଉ ହୋଇଥିଲା। କଟକ ଓ ଭୁବନେଶ୍ୱରର ଅନେକ ଔଷଧ ଦୋକାନରେ ଚଢ଼ାଉ ହୋଇଥିଲା। ସେଗୁଡ଼ିକୁ ପରୀକ୍ଷା ପାଇଁ ପଠାଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031