Indus Valley Times

ନଗଦ ୪୮ ଲକ୍ଷ ଟଙ୍କା, ୨୯ ପ୍ଲଟ୍‌, ୧ କେଜି ସୁନା, ୨ କୋଠା, ଗୋଟିଏ ଫ୍ଲାଟ୍ ଠାବ; ଡେପୁଟୀ ମ୍ୟାନେଜର ଗିରଫ

 Breaking News

ନଗଦ ୪୮ ଲକ୍ଷ ଟଙ୍କା, ୨୯ ପ୍ଲଟ୍‌, ୧ କେଜି ସୁନା, ୨ କୋଠା, ଗୋଟିଏ ଫ୍ଲାଟ୍ ଠାବ; ଡେପୁଟୀ ମ୍ୟାନେଜର ଗିରଫ

April 01
18:29 2026

ସମ୍ବଲପୁର, ୧/୪ : ସମ୍ବଲପୁର ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ଘଟିଥିବା ଏକ ନାଟକୀୟ ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଚ ଟଙ୍କାର ଭାରୀ ବ୍ୟାଗ୍ ନେଇ ଯାଉଥିବା ଜଣେ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭିଜିଲାନ୍ସ ଟିମ୍ ସିନେମା ଷ୍ଟାଇଲରେ ପିଛା କରି ଧରିବା ପରେ ସାମ୍ନାକୁ ଆସିଛି ଲାଞ୍ଚ ଟଙ୍କାରେ ସେ ଗଢ଼ିଥିବା କଳା ସାମ୍ରାଜ୍ୟ।
୫.୧୮ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରାପଡ଼ିଥିବା ଏହି ଅଧିକାରୀ ଜଣକ ପ୍ରଥମେ ନିର୍ବାକ ହୋଇ ପଡ଼ିଥିଲେ। ଟଙ୍କାର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ଟିମ ତାଙ୍କୁ ପଚାରିଲେ ମଧ୍ୟ ତାଙ୍କ ପାଖରେ ଏନେଇ କୌଣସି ସ୍ପଷ୍ଟ ଉତ୍ତର ନଥିଲା। ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ତାଙ୍କୁ ଉଠାଇ ନେବା ସହ ସମ୍ବଲପୁର, ଭଞ୍ଜନଗର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ଯାହା ବାହାରିଲା, ସେଥିରେ ସବୁଠୁ ବଡ଼ ଖୁଲାସା ହେଲା ସେ ଥିଲେ ଜଣେ ‘କୁବେର’!
ଭୁବନେଶ୍ୱରର ଘରରୁ ନଗଦ ଲକ୍ଷେଲକ୍ଷ ଟଙ୍କା, ଭଉଣୀଙ୍କ ଘରୁ ଟିଣ ବାକ୍ସରେ ଲୁଚାଇଥିବା ନୋଟର ଗଛ, ଏବଂ ମୋଟ ମିଶାଇ ଚାଳିଶ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି, କିନ୍ତୁ ଏଇଠି କାହାଣୀ ଶେଷ ହୋଇନି। ତଦନ୍ତରେ ଜଣାପଡିଛି ବାବୁଙ୍କର ଜମି ପ୍ରତି ରହିଥିଲା ଅସୀମ ଆସକ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ୨୯ଟି ପ୍ଲଟ, ଦୁଇଟି ବହୁତଳ କୋଠା, ଏକ ଫ୍ଲାଟ, ସହ ଘରୁ ଜବତ ହୋଇଛି୧ କେଜିରୁ ଅଧିକ ସୁନା। ମନେ ହେଉଛି, ସରକାରୀ ଚାକିରି ନୁହେଁ, ବ୍ୟକ୍ତିଗତ ସାମ୍ରାଜ୍ୟ ଗଢ଼ିବା ହିଁ ଥିଲା ଏହି ଡେପୁଟି ମ୍ୟାନେଜରଙ୍କ ଲକ୍ଷ୍ୟ।
ଅଭିଯୁକ୍ତ ବିଦ୍ୟୁତ୍ ରଞ୍ଜନ ଡେପୁଟି ମ୍ୟାନେଜର ଥିବାରୁ ସେ ଠିକାଦାରଙ୍କୁ ସହଯୋଗ କରୁଥିଲେ। କିଛି ହାତ ଗଣତି ଠିକାଦାରଙ୍କୁ ବିନା ଟେଣ୍ଡରରେ ଠିକା କାମ ଦେଉଥିଲେ। ଫଳରେ କଣ୍ଟ୍ରାକ୍ଟରମାନେ ତାଙ୍କୁ ପୁଳା ପୁଳା ଲାଞ୍ଚ ଟଙ୍କା ଦେଉଥିଲେ। ମଙ୍ଗଳବାର ସେ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ନେଇଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍ ତାଙ୍କୁ ପିଛା କରି ସମ୍ବଲପୁର ଷ୍ଟେଶନ ନିକଟରେ ଧରିଥିଲେ। ବିଦ୍ୟୁତ୍ ରଞ୍ଜନଙ୍କ ନାଁ ପୂର୍ବରୁ ମଧ୍ୟ ଲାଞ୍ଚ ନେବା ସମ୍ପର୍କିତ ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଥିଲା।
ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଖୋଜାଖୋଜି ଜାରି ରହିଛି। ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭୁବନେଶ୍ୱର ଆଣି ଅଧିକ ଖୋଜାଖୋଜି କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ଆଧାରରେ ବିଦ୍ୟୁତ ଭୋଳଙ୍କୁ ସମ୍ବଲପୁର ରେଲ ଷ୍ଟେସନରୁ ଧରିଥିଲା ଭିଜିଲାନ୍ସ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031