Indus Valley Times

ନଦୀର ପ୍ରବଳ ସ୍ରୋତରେ ଭାସିଯାଉଥିବା ବେଳେ ଯୁବକ ଉଦ୍ଧାର

 Breaking News

ନଦୀର ପ୍ରବଳ ସ୍ରୋତରେ ଭାସିଯାଉଥିବା ବେଳେ ଯୁବକ ଉଦ୍ଧାର

ନଦୀର ପ୍ରବଳ ସ୍ରୋତରେ ଭାସିଯାଉଥିବା ବେଳେ ଯୁବକ ଉଦ୍ଧାର
July 10
20:54 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୦/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି।
ଗୁରୁବାର ଉକ୍ତ ଗୁମାଡ଼ି ନଦୀ ପାର ହେବା ସମୟରେ ଜଣେ ଯୁବକ ଭାସିଯାଉଥିଲେ। ସେ ତିଲୋରୀ ପଞ୍ଚାୟତ ଗଇସବାନ୍ଦା ଗ୍ରାମର ନାଗେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି। ସେ ଭାସି ଯାଉଥିବା ବେଳେ ନିକଟରେ ଥିବା କିଛି ଯୁବକ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରିଥିଲେ ।
ସେ ପ୍ରାୟ ୫ ଶହ ମିଟର ପର‌୍ୟ୍ୟନ୍ତ ସେ ଭାସି ପଳାଇଥିଲେ। ବହୁ ପରିଶ୍ରମ କରି ନାଗେଶ୍ୱରଙ୍କୁ ଉଦ୍ଧାର କରାଯାଇଥିବା ବିଷୟ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ତଥା ତିଲୋରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ପ୍ରଧାନ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ୧ ସପ୍ତାହରୁ ଅଧିକ ଦିନ ହେବ ହେଲା ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇ ହୋଇ ଯାଇଥିବାରୁ ଦାରିଙ୍ଗବାଡି ବ୍ଲକର ୩ ପଞ୍ଚାୟତ ତିଲୋରୀ ବୁଡ଼ାଗୁଡା, ଗୁମିକିଆ ଏବଂ କୋଟଗଡ଼ ବ୍ଲକ ପକାରୀ ଓ ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଗୁରୁବାର ମଧ୍ୟ ଉକ୍ତ ନଦୀରେ ୧୦ ଫୁଟ ଉଚ୍ଚର ଜଳ ପ୍ରଭାହିତ ହେଉଥିବା ସେ କହିଛନ୍ତି।
ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଗୁମାଡ଼ି ନଦୀ ଉପରେ ବ୍ରିଜ ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930