Indus Valley Times

ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି: ମୁଖ୍ୟମନ୍ତ୍ରୀ

 Breaking News

ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି: ମୁଖ୍ୟମନ୍ତ୍ରୀ

ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି: ମୁଖ୍ୟମନ୍ତ୍ରୀ
August 15
12:19 2025

ଭୁବନେଶ୍ୱର,୧୫/୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଟି. କମ୍ଭପପାଟି, ମନ୍ତ୍ରୀମାନେ, ବରିଷ୍ଠ ଅଧିକାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୧୧ଟି ଜିଲ୍ଲାର ୨୭ ଲକ୍ଷରୁ ଅଧିକ ପରିବାରକୁ ୩ ମାସ ପାଇଁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦିଆଯିବ।
ଏହି ଯୋଜନା ୮ଟି କଈକ ଜିଲ୍ଲା (କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁର) ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ସାମିଲ କରାଯାଇଛି। ମୋଟ ୪୧,୦୮୨ ମେଟ୍ରିକ ଟନ୍ ଚାଉଳ ବଣ୍ଟନ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବେ।
ସେହିପରି ମୁଖ୍ୟମନ୍ତ୍ରୀ ଆଗାମୀ ୫ ବର୍ଷରେ ୭୫,୦୦୦ କିଲୋମିଟର ଉଚ୍ଚମାନର ସଡ଼କ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ସହ ଇଞ୍ଚୁଡ଼ି, ବାହୁଡ଼ା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ୪ଟି ନୂଆ ବନ୍ଦର ନିର୍ମାଣ ପାଇଁ ଯୋଜନା ଘୋଷଣା କରିଛନ୍ତି, ଯାହା ରାଜ୍ୟର ଅର୍ଥନୀତି ଓ ସଂଯୋଗିକତାକୁ ମଜବୁତ କରିବ।
ରାଜ୍ୟର ମାତ୍ର ୧୭% ଜନସଂଖ୍ୟା ସହରାଞ୍ଚଳରେ ରହୁଥିବାରୁ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ୨୧ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଘଇଉ) ଗଠନ କରାଯିବ। ଏହା ସହରୀକରଣ ଓ ସ୍ଥାନୀୟ ପ୍ରଶାସନକୁ ଆହୁରି ସୁଦୃଢ଼ କରିବ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031