Indus Valley Times

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ତ୍ରିଶୁଳିଆରୁ ଧରାପଡିଲା ଅଭିଯୁକ୍ତ, ପୀଡ଼ିତା ଏସସିବିକୁ ସ୍ଥାନାନ୍ତର

 Breaking News

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ତ୍ରିଶୁଳିଆରୁ ଧରାପଡିଲା ଅଭିଯୁକ୍ତ, ପୀଡ଼ିତା ଏସସିବିକୁ ସ୍ଥାନାନ୍ତର

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ତ୍ରିଶୁଳିଆରୁ ଧରାପଡିଲା ଅଭିଯୁକ୍ତ, ପୀଡ଼ିତା ଏସସିବିକୁ ସ୍ଥାନାନ୍ତର
November 20
17:11 2024

ବାରଙ୍ଗ, ୨୦/୧୧ : କଟକରେ ପୁଣି ଲଜ୍ଜା । ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଘଟଣାରେ ଫେରାର ଅଭିଯୁକ୍ତ ଗିରଫ ହୋଇଛି । ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ବାରଙ୍ଗ ଥାନା ପୋଲିସ ଗିରଫ କରିଛି । ଅନ୍ୟପଟେ ନାବାଳିକା ପୀଡିତାଙ୍କ ଅଧିକ ଚିକିତ୍ସା ପାଇଁ ଶିଶୁଭବନ ଆଇସିୟୁରୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ବାରଙ୍ଗ ଅଞ୍ଚଳରେ ପୀଡିତାଙ୍କ ବାପା ମାଆ କାମ କରୁଥିବା ଇଟା ଭାଟିରେ କାମ କରେ । ଅଭିଯୁକ୍ତ ଯୁବକ ହେଉଛି ଝାଡଖଣ୍ଡର । ପୀଡିତା ନିଜ ବାପା ମାଆଙ୍କ ସହ ରୁହନ୍ତି । ତେବେ ସଂପୃକ୍ତ ଯୁବକ ଜଣକ ଗତକାଲି ନାଳବିକାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ଶିଶୁ ଭବନରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ସ୍ତାନାନ୍ତର କରାଯାଇଛି।। ନାବାଳିକାଙ୍କ ଘର ନୟାଗଡର ବୋଲି ଜଣାଯାଇଛି ।
ଘଟଣା ପରେ ଅଭିଯୁକ୍ତ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲା। ପୋଲିସ ସଂପୃକ୍ତ ଯୁବକକୁ ଧରିବାକୁ ଛାନଭିନ୍ ଆରମ୍ଭ ଚଳାଇଥିଲା। ଆଉ ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ବାରଙ୍ଗ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930