Indus Valley Times

ନାମଫଳକରେ ତ୍ରୁଟିକୁ ନେଇ ଆଲୋଚନା; ରାଜ୍ୟରେ କେବେଠୁ ହେଲାଣି ୧୪୮ ବିଧାନସଭା କ୍ଷେତ୍ର ?

 Breaking News

ନାମଫଳକରେ ତ୍ରୁଟିକୁ ନେଇ ଆଲୋଚନା; ରାଜ୍ୟରେ କେବେଠୁ ହେଲାଣି ୧୪୮ ବିଧାନସଭା କ୍ଷେତ୍ର ?

July 27
19:40 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୭ : ରାଜ୍ୟରେ ୧୪୭ଟି ବିଧାନସଭା ଆସନ ଥିବାବେଳେ ଜି.ଉଦୟଗିରି ଓ ଦାରିଙ୍ଗବାଡି ବିଧାନସଭା କ୍ଷେତ୍ରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜି.ଉଦୟଗିରି ବିଧାନସଭା କ୍ଷେତ୍ର ପୂର୍ବରୁ ଥିବାବେଳେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ଏବେ କନ୍ଧମାଳ ଜିଲାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ନେଇ ୨୦୨୩ ମେ ୩୦ ତାରିଖରେ ଏକ ଫଳକ ଲଗାଯାଇଛି, ଯେଉଁଥିରେ ଦାରିଙ୍ଗବାଡି ବିଧାୟକ ବୋଲି ଉଲ୍ଲେଖ ରହିଛି।
ଏହା ଲୋକଲୋଚନକୁ ଆସିବା ପରେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ନାନା ଆଲୋଚନା ହେଉଛି। କେହି କେହି ରାଜ୍ୟରେ କେବେଠାରୁ ୧୪୮ ବିଧାନସଭା କ୍ଷେତ୍ର ହେଲାଣି ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି। ବିଦ୍ୟାଳୟ ସ୍ଥାପନା ନାମଫଳକରେ ଏପରି ତ୍ରୁଟି କେମିତି ହେଲା ଏବଂ ବିଧାୟକ ବି କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି।
ଠିକାଦାର ଓ ଯନ୍ତ୍ରୀ ମଧୁଚଦ୍ରିକା: ବେଲଘର ଠାରେ ପୂର୍ତ୍ତ ବିଭାଗର ନିମ୍ନ ମାନର ଗାର୍ଡୱାଲ ନିର୍ମାଣ
ବାଲିଗୁଡ଼ା, ୨୭/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ମାତୃଗାଁ ଠାରୁ ବେଲଘର ୨୭ କିଲୋମିଟର ଓ ବେଲଘର ଠାରୁ ଝିରିପାଣି ୧୧ କିଲୋମିଟର ରାସ୍ତା ବାଲିଗୁଡ଼ା ପୂର୍ତ୍ତ ବିଭାଗ ବିଭାଜନ ଅଧୀନରେ ରହିଛି।
ଏହି ରାସ୍ତାରେ ବିଭାଗ ପକ୍ଷରୁ କରାଯାଉ ଥିବା ବିଭିନ୍ନ କାମ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରାଯାଉଥିବା ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି।
ବେଲଘର ବ୍ରିଜ ନିକଟରୁ ମେଡ଼ିକାଲ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ରେ କଂକ୍ରିଟ ଗାର୍ଡ ୱାଲ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି।
ଏଥିରେ କ୍ରଶର ମେଟାଲ ସହ ଭଲ ବାଲି ଓ ସିମେଣ୍ଟ ବ୍ୟବହାର ପାଇଁ ଚୁକ୍ତି ନାମା ଠିକାଦାର କରିଥିବା ବେଳେ ଅତ୍ୟନ୍ତ ନିମ୍ନ ମାନର ମେଟାଲ ଓ ବାଲି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ବରେ ନାଳ କଡରେ ପଡିଥିବା ସାନ ସାନ ଗେଟି କୁ ଆଣି ମେଟେଲ ଭାବେ ଠିକାଦାର ବ୍ୟବହାର କରୁଛନ୍ତି।
ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା କୁହାଯାଉଛି। ଏହି ରାସ୍ତା ର ରକ୍ଷଣବେକ୍ଷଣ ପାଇଁ ଏଠାରେ ଗୋଟିଏ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ରହିବା କଥା କିନ୍ତୁ ତାହା ଖାଲି ପଡ଼ିଛି। ଯାହାରି ଫଳରେ ବାଲିଗୁଡ଼ା ର ପୂର୍ତ୍ତ ବିଭାଗ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ସେହି କାର୍ଯ୍ୟ ତଦାରଖ କରୁଛନ୍ତି। ଉକ୍ତ ଗାର୍ଡ ୱାଲ ନିମ୍ନ ମାନର ନିର୍ମାଣ ସମ୍ପର୍କ ରେ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ନିର୍ବାହୀ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସେ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଏହା ସହ ଉକ୍ତ ରାସ୍ତାରେ ବର୍ଷା ଦିନେ ପାହାଡ଼ ର ମାଟି ଅତଡ଼ା ଖସି ରାସ୍ତା ରେ ପଡ଼ୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଦେଖୁନଥିବାରୁ ଲୋକେ ଯାତାୟାତ ରେ ସମସ୍ୟା ସୃଷ୍ଟି ହେଉଥିବା ଅଞ୍ଚଳ ବାସୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଘାଟି ରାସ୍ତା ଟିଏ ରହିଥିବା ବେଳେ ବର୍ଷା ଦିନେ ବେଳେ ଅଙ୍କା ବଙ୍କା ରାସ୍ତାର ଉଭୟ ପାର୍ଶ୍ବରେ କୌଣସି ସୂଚକ ନଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି।
ତେବେ କେବେ ପୂର୍ତ୍ତ ବିଭାଗ ଅଞ୍ଚଳ ବାସୀଙ୍କ ଅଭିଯୋଗ ଶୁଣୁଛନ୍ତି ଓ ଏହାର ତଦାରଖ କରୁଛନ୍ତି ତାହା ଅଞ୍ଚଳ ବାସୀ ଅପେକ୍ଷା କରିଛନ୍ତି। ଯଦି ନିମ୍ନମାନର କାର୍ଯ୍ୟକୁ ବନ୍ଦ କରାନଯାଇ ତାହାକୁ କାଢି ନୂତନ ଓ ଭଲ ମେଟାଲ ବ୍ୟବହାର ନ କରନ୍ତି ଏହାର ସମ୍ପୂର୍ଣ୍ଣ ଫୋଟ ଓ ତଥ୍ୟ ସହ ପୂର୍ତ୍ତ ବିଭାଗ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଅଭିଯୋଗ କରିବେ ବୋଲି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930