Indus Valley Times

ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ

 Breaking News

ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ
January 29
19:00 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧ : ପୁରୀ ଶ୍ରୀମନ୍ଦିର ଭଳି ନିର୍ମିତ ନାମ ମଣ୍ଡପରେ ହରିନାମରେ କମ୍ପୁଛି ସାରା ନାରାୟଣନଗର ଗ୍ରାମ,ପଞ୍ଚମ ଦିନରେ କୃଷ୍ଣ ବଳରାମ ହସ୍ତେ ପୁତୁନା ନିହତ ମଞ୍ଚସ୍ଥ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ପଞ୍ଚମ ଦିବସରେ କୃଷ୍ଣବଳରାମ ହାତରେ ପୁତୁନା ବଧ ମଞ୍ଚସ୍ଥ ହୋଇଛି । ମହାମନ୍ତ୍ରୀ ଚକ୍ରାଜିତ ବାର୍ତ୍ତା ପାଇ କୃଷ୍ଣ ବଳରାମଙ୍କୁ ବଧ କରିବା ପାଇଁ ମଥୁରାରୁ ଗୋପପୁରକୁ କଂସ ପଠାଇଥିଲେ ପୁତୁନା ରାକ୍ଷସୀ କୁ ।
ହେଲେ କୃଷ୍ଣ ବଳରାମଙ୍କ ହସ୍ତେ ପୁତୁନା ନିହତ ହେଲେ କ୍ଷ ଏହି ଖବର ଶୁଣି କଂସ ମର୍ମାହତ ହେଲେ କ୍ଷ ଦେବର୍ଷୀ ନାରଦ ପରାମର୍ଶ କ୍ରମେ ଅଙ୍ଗିରା ନଦୀ କୁଲ ବିଜୟ ବଣରେ ଅଛନ୍ତି ଷଡ ମଲ୍ଲ ସଖା ହକାରୀ ଆଣ ତାଙ୍କୁ ମଥୁରା ଭୁବନ ।
ଏଥିରେ କଂସ ଭୂମିକାରେ ଶୁଶିଲ କୁମାର ମେହେର, କୃଷ୍ଣ -ଶିଶୁ କଳାକାର -ଗଣେଶ ମେହେର, ବଳରାମ -ରାଜେନ୍ଦ୍ର ମେହେର, ମନ୍ତ୍ରୀ ଭାଗିରଥି ହୋତା, ସେନାପତି ଦାଶରଥି ଦଶରଥ ଦନ୍ତା, ଚାରୁଣ – ରାମ ଗୋପାଳ ପୁରୋହିତ, ବୀର ମୁଷ୍ଟିକ – ସର୍ଥୀକ ମୁଗ୍ରୀ, ପ୍ରହରୀ – ରାଜୁ ମେହେର, ବାସୁଦେବ – ନୃସିଂହ ରଥ, ଦେବକୀ -ସାରଥୀ ଦାସ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହାପରେ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିଶୁ ମନ୍ଦିର, ଜଗତି ହାଇସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ କଳାକାର ମାନଙ୍କ ଦ୍ଵାରା ସାଂକୃତିକ ନୃତ୍ୟ ପରିବେଷଣ ହୋଇଥିଲା ।
ପୁରୀ ଶ୍ରୀମନ୍ଦିର ଭଳି ନିର୍ମିତ ହୋଇଥିବା ନାମ ମଣ୍ଡପରେ ହରିନାମ ଚାଲିଛି ।
ଅପରାହ୍ନରେ ପୁରୋହିତ ମାନଙ୍କ ଦ୍ଵାରା ଯଜ୍ଞାରମ୍ଭ ସହ ବିଗ୍ରହ ଧ୍ୟାନାଧିବାସ କରାଯାଇଥିଲା । ସେହିପରି ସନ୍ଧ୍ୟାରେ ଅନ୍ଧ ପ୍ରବଚକ ପରକ୍ଷିତ ମହାରାଜଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।
ଏହି ଯାତ୍ରାକୁ ଉପଭୋଗ କରିବାକୁ ମଧ୍ୟ୍ୟ ରାତ୍ରି ପର‌୍ୟ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିଲା ।
ଆଜିର କଂସ ଦରବାରରେ ନିମଂତ୍ରିତ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନଏସି ଚେଆରମ୍ୟାନ ମୃତୁଞ୍ଜୟ ମିଶ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅଶୋକ ସାହୁ, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷା ପ୍ରାଣେଶ୍ବରୀ ଦେହୁରୀ ମଂଚାସୀନ ଥିଲେ ।
ମନ୍ଦିର ନିର୍ମାଣ କମିଟି ଉପଦେଷ୍ଟା ଭୋଳକ୍ଷଗିରି ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବୀନ୍ଦ୍ର ମେହେର ମଞ୍ଚ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930