Indus Valley Times

ନିଜକୁ କହୁଥିଲେ ସିଆଇଡି ଅଫିସର, ନାଲି ପତକା ମାରି ମାଗୁଥିଲେ ଟଙ୍କା

 Breaking News

ନିଜକୁ କହୁଥିଲେ ସିଆଇଡି ଅଫିସର, ନାଲି ପତକା ମାରି ମାଗୁଥିଲେ ଟଙ୍କା

ନିଜକୁ କହୁଥିଲେ ସିଆଇଡି ଅଫିସର, ନାଲି ପତକା ମାରି ମାଗୁଥିଲେ ଟଙ୍କା
April 03
12:31 2026

ଭୁବନେଶ୍ୱର, ୩/୪ : ଆମେ ସିଆଇଡି ଅଧିକାରୀ । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନରେ ବେଆଇନ କାର୍ଯ୍ୟ ଏବଂ ଋଣ ପରିଶୋଧ ହୋଇନଥିବା କହି ଲୁଟୁଥିଲେ ଟଙ୍କା ।
ଭୁବନେଶ୍ୱର କମିଶନରେଟ୍ ପୋଲିସ ୮ ଜଣ ନକଲି ସିଆଇଡି ଅଧିକାରୀଙ୍କର ପର୍ଦ୍ଦାଫାସ୍ କରିଛି । ଚନ୍ଦ୍ରଶେଖପୁର ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ମହିଳା ଏବଂ ୪ ପୁରୁଷ ରହିଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡ଼ା, ଅନପୂର୍ଣ୍ଣା ପଣ୍ଡା, ଜେମାମଣୀ ପ୍ରଧାନ, ସୌଭାଗ୍ୟ ସାହୁ, ଧର୍ମେନ୍ଦ୍ର ବୋଇତାଇ, ମିଲୁ ନାୟକ ଏବଂ ମନୋଜ କୁମାର ମିଶ୍ର ।
ଏକ ଗ୍ୟାଙ୍ଗ୍ ନିଜକୁ ସିଆଇଡି ଅଧିକାରୀ କହି ଭୁବନେଶ୍ୱରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରୁଥିଲେ । ବେଆଇନ କାର୍ଯ୍ୟ ଚାଲିଥିବାର ଭୟ ଦେଖାଇ ଟଙ୍କା ଆଦାୟ କରୁଥିଲେ ।
ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଋଣ ପରିଶୋଧ ହୋଇନଥିବା କହି ଚଢ଼ଉ କରିଥିଲେ । ସେହି ସମୟରେ ପିଲାଙ୍କର ପରୀକ୍ଷା ମଧ୍ୟ ଚାଲିଥିଲା । ତଥାପି ଏହି ଗ୍ୟାଙ୍ଗ୍ ନ ଅଟକି କଲେଜ କର୍ତ୍ତୃପକ୍ଷଙ୍କୁ ଧମକ ଦେଇ ଗେଟରେ ତାଲା ପକାଇ ନିଲାମ ପାଇଁ ନାଲି ପତାକା ଲଗାଇଦେଇଥିଲେ ।
ଫଳରେ ପରୀକ୍ଷାରେ ବାଧା ସୃଷ୍ଟି ହୋଇଥିଲା । ବାଧ୍ୟ ହୋଇ କୌଣସି ଉପାୟ ନ ପାଇଁ କଲେଜ କର୍ତ୍ତୃପକ୍ଷ ଚନ୍ଦ୍ରେଶେଖରପୁର ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଫୋନ୍ କରିବାରୁ ସେମାନେ ନିଜକୁ ସିଆଇଡି ଅଧିକାରୀ ବୋଲି ପରିଚୟ ଦେଇଥିଲେ । ତଥାପି ପୋଲିସର କଲେଜରେ ପହଁଚି ଯାଞ୍ଚ କରିଥିଲା । ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ନକଲି ସିଆଇଡି ଅଧିକାରୀ ବୋଲି ଜାଣି ସେମାନଙ୍କୁ ଗିରଫ କରିଛି ।
ଏହି ଗ୍ୟାଙ୍ଗ ପାତ୍ରପଡ଼ା ଅଞ୍ଚଳରେ ଏକ ଘରୋଇ ଯାଞ୍ଚ ସଂସ୍ଥା ଖୋଲି ବିଭିନ୍ନ ଅନୁଷ୍ଠାନରେ ଚଢ଼ଉ କରୁଥିଲେ । ବିଶେଷ କରି ଯେଉଁମାନେ ଋଣ ନେଇଛନ୍ତି ସେମାନଙ୍କୁ ଟାର୍ଗେଟ୍ କରୁଥିଲେ ।
ଋଣ ପରିଶୋଧ ହୋଇ ନାହିଁ କହି ନାଲି ପତାକା ମାରି ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ । ପ୍ରାୟ ୪ ବର୍ଷ ହେବ ଏଭଳି କାର୍ଯ୍ୟ କରିଆସୁଛନ୍ତି । ଆଜି ପୋଲିସ ପାତ୍ରପଡ଼ାରେ ପହଁଚି ସଂସ୍ଥାର କାର୍ଯ୍ୟାଳୟ ଉପରେ ଚଢ଼ଉ କରିବାବେଳେ ମାଲିକ ଫେରାର ହୋଇଯାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930