Indus Valley Times

ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ବଡ ପ୍ରତିଶୃତି,ସେନାରୁ ଆସିଥିବା ପ୍ରତି ଅଗ୍ନିବୀରଙ୍କୁ ନିଯୁକ୍ତି

 Breaking News

ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ବଡ ପ୍ରତିଶୃତି,ସେନାରୁ ଆସିଥିବା ପ୍ରତି ଅଗ୍ନିବୀରଙ୍କୁ ନିଯୁକ୍ତି

September 18
11:53 2024

ନୂଆଦିଲ୍ଲୀ, ୧୮/୯: ସମସ୍ତ ଅଗ୍ନିବୀରଙ୍କୁ ମିଳିବ ଚାକିରି। ସେନାରୁ ଆସିଥିବା ପ୍ରତ୍ୟେକ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ। ଦେଶରେ ସେମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହରିଆଣାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ଫରିଦାବାଦର ସେକ୍ଟର -୧୨ ରେ ଆୟୋଜିତ ବିଜେପି ନିର୍ବାଚନ ରାଲିରେ ଅମିତ ଶାହ କହିଥିଲେ ଯେ ସେନାରୁ ଆସୁଥିବା ପ୍ରତ୍ୟେକ ଅଗ୍ନିବୀରରଙ୍କୁ ଚାକିରି ମିଳିବ। ଦେଶରେ ସେମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ରହିଛି। ଅବଶିଷ୍ଟ ସମସ୍ତଙ୍କୁ ହରିଆଣାରେ ଚାକିରି ଦିଆଯିବ।
ଶାହ ଆହୁରି କହିଥିଲେ, ‘ହରିଆଣା ତା’ର ସୈନିକ, କୃଷକ ଏବଂ ଖେଳାଳିଙ୍କ ପାଇଁ ଜଣାଶୁଣା। ସେନାରେ ହରିଆଣାର ଅଧିକ ସୈନିକ ଅଛନ୍ତି। ହରିଆଣା ହେଉଛି ଦେଶର ଗର୍ବ। ହରିଆଣାର କୃଷକ ଦେଶର ଲୋକଙ୍କ ପେଟ ଭରନ୍ତି। ହରିଆଣାର ଖେଳାଳି ପଦକ ଜିତି ବିଶ୍ୱରେ ନିଜର ନାମ ପ୍ରସିଦ୍ଧ କରୁଛନ୍ତି।\’
ଆଉ ମାତ୍ର ଦିନ କେଇଟା ପରେ ହରିଆଣା ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ରାଜନୈତିକ ଦଳର ନେତାମାନେ ମୈଦାନକୁ ଓହ୍ଲାଇଛନ୍ତି। ଘନ ଘନ ପ୍ରଚାର କରୁଛନ୍ତି। ଏହି କ୍ରମରେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହ ହରିଆଣାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ କୃଷ୍ଣପାଲ ଗୁଜ୍ଜର ଏବଂ ହରିଆଣା ବିଜେପି ରାଜ୍ୟ ସଭାପତି ମୋହନଲାଲଙ୍କ ସହ ଫରିଦାବାଦ ଜିଲ୍ଲାର ସମସ୍ତ ୬ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930