Indus Valley Times

ନିଲମ୍ବିତ ଆଇଆଇସିଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ, କୋର୍ଟରୁ ମିଳିଲା ଅନୁମତି

 Breaking News

ନିଲମ୍ବିତ ଆଇଆଇସିଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ, କୋର୍ଟରୁ ମିଳିଲା ଅନୁମତି

September 25
17:13 2024

ଭୁବନେଶ୍ୱର,୨୫/୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର‌୍ୟାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ୍ ହେବ। ପଲିଗ୍ରାଫ୍ ଟେଷ୍ଟ୍ ପାଇଁ କ୍ରାଇମବ୍ରାଞ୍ଚକୁ ବୁଧବାର ଅନୁମତି ଦେଇଛନ୍ତି ଏସ୍‌ଡିଜେଏମ୍ କୋର୍ଟ। କ୍ରାଇମ୍‌ବ୍ରାଞ୍ଚ ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗରକୁ ନେବ। ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ବେଳେ କୋର୍ଟ ଆଜି ଅନୁମତି ଦେଇଛନ୍ତି।
ସୂଚନା ଥାଉକି, ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର‌୍ୟାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲ୍‌ରୁ ନିନ୍ଦା କରାଯାଉଛି।
ଏହି ଘଟଣାରେ ବର୍ତ୍ତମାନ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଏଭଳି ସ୍ଥିତିରେ ତଦନ୍ତର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଥିବା ଇନ୍‌ସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ଭରତପୁର ଥାନାରେ ଥିବା ଏଏସ୍‌ଆଇ ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଂସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ସଲିଳମୟୀଙ୍କୁ ଭୁବନେଶ୍ୱର ଡିସିପି ଅଫିସ ଓ ବଳରାମଙ୍କୁ ଭୁବନେଶ୍ୱର ରିଜର୍ଭ ଅଫିସକୁ ବଦଳି କରାଯାଇଛି।
ଦୀନକୃଷ୍ଣ ୨୦୨୨ ନଭେମ୍ବରରେ ମଧ୍ୟ ବିବାଦୀୟ ହୋଇ ନିଲମ୍ବିତ ହୋଇଥିଲେ। ସେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଥିବାବେଳେ ବାଲିଯାତ୍ରାରେ ପାର୍କିଂ ଟେଣ୍ଡର ନେଇଥିବା ଜଣେ ବ୍ୟକ୍ତିଙ୍କଠାରୁ ବଟି ମାଗିବା ଏବଂ ନ ଦେଲେ ମିଥ୍ୟା କେସ୍‌ରେ ଫସାଇବା ଦେବା ମଧ୍ୟ ଧମକ ଦେଇଥିଲେ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ପରେ ଦୀନକୃଷ୍ଣଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ନଭେମ୍ବର ୨୧ରେ କଟକ ଡିସିପି ଅଫିସକୁ ବଦଳି କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930