Indus Valley Times

ନୂଆପଡା ଏମଭିଆଇ ବିଜୟ କୁମାର ବେହୁରିଆ ଗିରଫ

 Breaking News

ନୂଆପଡା ଏମଭିଆଇ ବିଜୟ କୁମାର ବେହୁରିଆ ଗିରଫ

ନୂଆପଡା ଏମଭିଆଇ ବିଜୟ କୁମାର ବେହୁରିଆ ଗିରଫ
September 08
16:11 2024

ଭୁବନେଶ୍ୱର,୮/୯: ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଗିରଫ ହୋଇଛନ୍ତି । ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା । ଖୋର୍ଦ୍ଧା ମେଡିକାଲ ସାମ୍ନାରେ ଗାଡ଼ି ଅଟକାଇ ଯାଂଚ ହୋଇଥିଲା । ଏହି ସମୟରେ ମିଳିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନୂଆପଡ଼ା MVI ବିଜୟ କୁମାର ବେହୁରିଆଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଏହାସହ ନୂଆପଡ଼ା ସ୍ଥିତ ତାଙ୍କ ଘର, ଜଗତସିଂହପୁର ସ୍ଥିତ ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାର ସ୍ଥିତ ଘର, ନୂଆପଡ଼ା MVI ଅଫିସ ଚାମ୍ବରରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ ଗତକାଲି ନୂଆପଡ଼ା ଏମ୍‌ଭିଆଇ ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ ଧରାପଡ଼ିଲେ। ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ। ଧରାପଡ଼ିବା ପରେ ଏମଭିଆଇଙ୍କ ୫ଟି ସ୍ଥାନରେ ରେଡ ହୋଇଥିଲା

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930