Indus Valley Times

ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ

 Breaking News

ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ

ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ
January 01
10:00 2025

ପୁରୀ, ୧/୧ : ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ। ଜନସମୁଦ୍ର ପାଲଟିଛି ବଡଦାଣ୍ଡ। ବଡଠାକୁରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।
ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାର୍କେଟ ଛକଠାରୁ ଧାଡ଼ିରେ ଦର୍ଶନ ପାଇଁ ଆସୁଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ପୁରୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ପୁରୀକୁ ଆସୁଥିବା ଗାଡି ଗୁଡିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୁରୀ ପୁଲିସ।
ନବବର୍ଷ ୨୦୨୫କୁ ସ୍ୱାଗତ ଜଣାଇବା ପରେ ଆଜି ନୂଆ ସକାଳରେ ନୂଆ ଆଶା ଓ ଆକାଂକ୍ଷା ନେଇ ବିଭିନ୍ନ ସ୍ଥାନରେ ସକାଳର ପ୍ରଥମ ସୂର୍ଯ୍ୟକୁ ଦର୍ଶନ କରିଛନ୍ତି ଲୋକେ। ଏହି ଅବସରରେ ଓଡ଼ିଶାର ପୁରୀ, କୋଣାର୍କ, ଗୋପାଳପୁର ବେଳାଭୂମିରେ ଲୋକଙ୍କ ଗହଳି ଜମିଛି। ସେପଟେ ଦେଶର ବିଭିନ୍ନ ପର‌୍ୟ୍ୟଟନ ଓ ଧାର୍ମିକ ସ୍ଥଳରେ ବି ଲୋକଙ୍କ ଭିଡ଼ ଲାଗିଛି।
ନୂଆ ବର୍ଷର ପ୍ରଥମ ଦିନରେ ଉଦିତ ସୂର୍ଯ୍ୟ ପହିଲି କିରଣ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମିରେ ଲାଗିଥିଲା ପ୍ରବଳ ଗହଳି । ବଡ଼ିଭୋରରୁ ହଜାର ହଜାର ସଂଖ୍ୟାରେ ପର‌୍ୟ୍ୟଟକ ଉଦିତ ସୂର‌୍ୟ୍ୟ ଦର୍ଶନ କରିଛନ୍ତି । ଉଦିତ ସୂର‌୍ୟ୍ୟଙ୍କୁ ଦେଖି ପରିବାର ମଙ୍ଗଳ ମନାସୀଛନ୍ତି ଶ୍ରଦ୍ଧାଳୁ

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930