Indus Valley Times

ନୂତନ ଜିଲ୍ଲାପାଳଙ୍କ ବନ୍ୟା ପରସ୍ଥିତି ସମୀକ୍ଷା

 Breaking News

ନୂତନ ଜିଲ୍ଲାପାଳଙ୍କ ବନ୍ୟା ପରସ୍ଥିତି ସମୀକ୍ଷା

ନୂତନ ଜିଲ୍ଲାପାଳଙ୍କ ବନ୍ୟା ପରସ୍ଥିତି ସମୀକ୍ଷା
July 27
20:00 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର ,୨୭/୭: ଯାଜପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଶ୍ରୀ ଅମ୍ବର କୁମାର କର ଜିଲ୍ଲା କାର୍ଯ୍ୟାଳୟ ର ଓସ୍ଵାନ ଭି.ସି. କକ୍ଷରେ ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ମନିଷ ଅଗ୍ରୱାଲ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାଜପୁର ଓ ଦଶରଥପୁର ଦୁଇଟି ବ୍ଲକର ୧୩ ଟି ପଞ୍ଚାୟତ, ୨୪ ଟି ଗାଁ ପ୍ରଭାବିତ ହୋଇଅଛି।
୬୫୯୪ ଲୋକ ପ୍ରଭାବିତ ହୋଇଥିବା ବେଳେ ୬୪୪ ଜଣ ଲୋକଙ୍କୁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି।
ଦୁଇଟି ରିଲିଫ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଚାରୋଟି ମେଡିକାଲ ଟିମ୍ ଓ ଗୋଟିଏ ଭେଟେରୀନାରୀ ଟିମ୍ ପ୍ରଭାବିତ ଅଂଚଳରେ ନିୟୋଜିତ କରାଯାଇଛି। ବର୍ତ୍ତମାନ ବୈତରଣୀ ନଦୀରେ ଜଳ ସ୍ତର କମୁଛି।
ଜିଲ୍ଲାପାଳ ବନ୍ୟାଜଳରେ ପ୍ରଭାବିତ ଲୋକ ମାନଙ୍କୁ ଆଶ୍ରୟସ୍ଥଳୀ ରେ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରିବାକୁ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।
ବନ୍ୟା ଛାଡିଲା ପରେ ପାନୀୟ ଜଳ ଉତ୍ସ ନଳକୂପ, ପାନୀୟ ଜଳପ୍ରକଳ୍ପ ଗୁଡ଼ିକୁ ବିଶୁଦ୍ଧୀକରଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଆଜି ଯେଉଁ ଲୋକମାନେ ଆଶ୍ରୟସ୍ଥଳୀରେ ଅଛନ୍ତି ସେମାନଙ୍କୁ ଆଜି ଘରକୁ ଛଡାଯିବ ନାହିଁ। ଯେଉଁ ଅଞ୍ଚଳରେ ଘରେ ପାଣି ପଶିଛି ସେଠାରେ ସାପ ଓ ସରୀସୃପ ମାନେ ଥାଇ ପାରନ୍ତି ଏଣୁ ପାଣି ଛାଡ଼ିଲା ପରେ ଦିନ ବେଳା ଯେଉଁମାନେ ଚାହିଁବେ ଘରକୁ ଯାଇପାରିବେ।
ଜିଲ୍ଲାର ଦଶାସ୍ଵମେଧ ଘାଟ, ବଲ୍ଲଭୀ ଘାଟ, ସିଦ୍ଧେଶ୍ୱର ଘାଟ, କୟାଁଗୋଲା ଓ ଅନ୍ୟାନ୍ୟ ଜାଗାରୁ ଆଜି ଓ କାଲି ସକାଳେ ବୋଲବମ୍ ଭକ୍ତମାନେ ପାଣି ଉଠେଇବାକୁ ଥିବାରୁ ସେଠାରେ ଅଗ୍ନିଶମ ବାହିନୀ ଓ ବିଭାଗୀୟ ଅଧିକାରୀ ମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସଟ ସର୍କିଟ କିମ୍ବା ବୈଦ୍ୟୁତିକ ସମସ୍ୟା ଦେଖାଦେଲେ ଟୋଲ ଫ୍ରି ନମ୍ବର ୧୯୧୨ ରେ କଲ କଲେ ସମସ୍ୟା ର ତୁରନ୍ତ ସମାଧାନ କରାଯିବ। ପରେ ଜିଲ୍ଲାପାଳ ଓ ଅତରିକ୍ତ ରିଲିଫ କମିଶନର ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031