Indus Valley Times

ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ପଞ୍ଚମ ପର୍ଯ୍ୟାୟ ତ୍ରି ଦିବସୀୟ ତାଲିମ ଶିବର ଅନୁଷ୍ଠିତ

 Breaking News

ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ପଞ୍ଚମ ପର୍ଯ୍ୟାୟ ତ୍ରି ଦିବସୀୟ ତାଲିମ ଶିବର ଅନୁଷ୍ଠିତ

November 29
10:31 2024

ମହେନ୍ଦ କୁମାର ଦର୍ଜିଙ୍କ ରିପୋର୍ଟ
ଦେଓଗାଁ,୨୯/୧୧ : ପଞ୍ଚମ ପର୍ଯ୍ୟାୟ ତ୍ରି- ଦିବସୀୟ ପ୍ରୟୋଗ ତାଲିମ ଶିବିର ଦେଓଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ତା. ୨୮.୧୧.୨୦୨୪ ରୁ ଆରମ୍ଭ ହୋଇଯାଇଛି।ଏହି କର୍ମଶାଳାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଜିତ କୁମାର ମିଶ୍ର,ମୁଖ୍ୟ ଅତିଥି ରୂପେ ଯୋଗଦେଇ ତୃତୀୟ ଶ୍ରେଣୀ ମଧ୍ୟରେ ବର୍ଣ୍ଣ ବୋଧ ଶେଷ କରିବା ସହ ଯୋଗ,ବିୟୋଗ,ହରଣ,ଗୁଣନ ସଂଖ୍ୟା ଜ୍ଞାନ ମାପ ସମୟ ର ହିସାବ,ଭଗ୍ନାଂଶ,ଦଶମିକ,ଲ.ସା.ଗୁ.,ଗ.ସା.ଗୁ. ସବୁ କିପରି ସହଜରେ ବୁଝି ପାରିବେ ସେ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ।
ପିଲାଙ୍କୂ ଭୟଭୀତ ନ କରି ନାଚ,ଗୀତ,ଅଭିନୟ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଶ୍ରେଣୀ ବାହାର ପରିବେଶ ସହ ଦୈନନ୍ଦିନ ଜୀବନର ଘଟନା ସହ ଯୋଡିବା ନିମନ୍ତେ ପରାମର୍ଶ ଦେଇଥିଲେ।
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାଶରଥି ଥନାପତି ନିଜ ପାରିପାର୍ଶ୍ବିକ ବାତାବରଣ ରୁ ଶିକ୍ଷଣ ସାମଗ୍ରୀ ସଂଗ୍ରହ କରିବାରେ ଶିକ୍ଷା ସରଳ ସାବଲୀଳ ଓ ପ୍ରାଞ୍ଜଳ ହେବ ଵୋଲି ବିଭିନ୍ନ ଉଦାହରଣ ଦେଇଥିଲେ।
ଦେଓଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ଅମ୍ବରୀଶ ଭୋଇ ପ୍ରଥମ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ହେଉଛି ଶିକ୍ଷା ର ମୂଳ ଦୁଆ ବୋଲି କହିଥିଲେ।ଏହି ସମୟ ହିଁ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତି ଦିଗରେ ପ୍ରବର୍ତ୍ତାଇ ଥାଏ ବୋଲି ସେ ତାଙ୍କର ବକ୍ତବ୍ୟରେ ସୂଚାଇ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930