Indus Valley Times

ନୟାଗଡ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ମା ହେଲା କଳା ରଙ୍ଗର କଲରାପତରିଆ ବାଘୁଣୀ

 Breaking News

ନୟାଗଡ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ମା ହେଲା କଳା ରଙ୍ଗର କଲରାପତରିଆ ବାଘୁଣୀ

ନୟାଗଡ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ମା ହେଲା କଳା ରଙ୍ଗର କଲରାପତରିଆ ବାଘୁଣୀ
January 04
19:36 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୪/୧ : ନୟାଗଡ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ମା ହେଲା କଳା ରଙ୍ଗର କଲରାପତରିଆ ବାଘୁଣୀ । ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନଖଣ୍ଡ ଅଧିକାରୀ। ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ଟି କଳା କାଳରପତରିଆ ବାଘ ରହିଥିବା ବେଳେ।
ଗତ ବର୍ଷ ୨ ଟି ବାଘ ଛୁଆ ଜନ୍ମ ହୋଇଥିବା ବେଳେ। ଚଳିତ ବର୍ଷ କିଛି ବାଘ ଛୁଆ ଜନ୍ମ କ୍ୟାମେରା କଏଦ ହୋଇଛି , ଏହି ଦୃଶ୍ୟ ହେଉଛି ନୟାଗଡ଼ ଗଣିଆ ବ୍ଲକ ଛାମୁଣ୍ଡିଆ ଏବଂ ବଡ଼ମୂଳର ଜଙ୍ଗଲର ।
କଳା ରଙ୍ଗର ମାଆ ବାଘ ଟି ତାର ଛୁଆ ଟିକୁ ପାଟିରେ ଧରି ଟେକି ନେଇଯାଉଛି , ଜଙ୍ଗଲ ଭିତରେ ବାଘର ଗତିବିଧି ଉପରେ ନଜର ରଖି ଥିବା କ୍ୟାମେରା ରେ ଏହା କଏଦ ହୋଇଛି। ବାଘୁଣୀ କେତୋଟି ଛୁଆ ଜନ୍ମ ଦେଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବନ ବିଭାଗ ପାଖରେ ମଧ୍ୟ ଖବର ନାହିଁ।
ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେବା ପରେ କେତୋଟି ଛୁଆ ବାଘ ଅଛନ୍ତି ତାହାର ସଂଖ୍ୟା ଯଣା ପଡିବ ବୋଲି ନୟାଗଡ ଵନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଛନ୍ତି ।
ଏବେ ନୟାଗଡ଼ ଜଙ୍ଗଲରେ ଗୋଟିଏ ଛୁଆ ବାଘ କୁ ମିଶାଇ ମୋଟ ୫ଟି କଲରାପତରିଆ ବାଘ କ୍ୟାମେରାରେ ଚିହ୍ନଟ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଏଭଳୀ ଖୁସି ଖବରକୁ ସୋସିଆଲ ମିଡିଆ ଏକ୍ସରେ କଳା ରଙ୍ଗର ବାଘ ଏବଂ ତାର ଛୁଆର ଭିଡିଓ କୁ ସେୟାର କରିଛନ୍ତି ପିସିସିଏଫ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930