Indus Valley Times

ନୟାଗଡ : ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

 Breaking News

ନୟାଗଡ : ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

ନୟାଗଡ : ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ
January 11
12:29 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୧/୧ : ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡ଼ିଶା ରାଜ୍ୟ କମିଟିର ଆହ୍ଵାନ କ୍ରମେ ନୟାଗଡ଼ରେ କୃଷକ ଚେତାବନୀ ଦିବସ ତା୧୦.୦୧.୨୦୨୫ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ସହିତ ପାଳନ କରାଯାଇଛି ।
କୃଷକ ପ୍ରତିନିଧି ମାନଙ୍କର ପଟୁଆର ପୂର୍ତ୍ତ ଡ଼ାକବଙ୍ଗଳାଠାରୁ ବାହାରି ନଷ୍ଟ ଧାନବିଡା ପ୍ରଦର୍ଶନ ସହିତ କ୍ଷତିପୂରଣ ପାଇଁ ନାରାବାଜି ପୂର୍ବକ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ନଷ୍ଟ ଫସଲର ଉପଯୁକ୍ତ କ୍ଷତିପୂରଣ, ତୁରନ୍ତ ପର୍ଯ୍ୟାପ୍ତ ମଣ୍ଡିଖୋଲି ଟ୩୧୦୦ ରେ କୃଷକ ଓ ଭାଗଚାଷୀଙ୍କଠାରୁ ଧାନକ୍ରୟ କରିବା, ମୃତ ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା, ବୃତ୍ତଙ୍ଗ ଜଳଭଣ୍ଡାର ନିର୍ମାଣ, ଚିନିକଳକୁ ପୁନଃ ଚାଲୁ କରିବା ପ୍ରଭୃତି ଦାବି ଉପରେ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ।
ଏହି ବିକ୍ଷୋଭରେ କୃଷକନେତା ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା, ସୁରେଶ ସ୍ବାଇଁ, ପବିତ୍ର ଇନ୍ଦ୍ରଜିତ, କୃଷ୍ଣଚନ୍ଦ୍ର ମହାପାତ୍ର, ବୁଦ୍ଧି ନାୟକ, ମହିଳା ନେତ୍ରୀ ଜ୍ୟୋତିପ୍ରଭା ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ ।
ଉଦଯାପିତ ହେଲା ନୟାଗଡ଼ ଡ଼ାକ ଟିକେଟ ପ୍ରଦର୍ଶନୀ “ନୟାଗଡ଼ ପେକ୍ସ-୨୦୨୫”
ନୟାଗଡ଼, ୧୧/୧ : ନୟାଗଡ଼ ଡାକ ମଣ୍ଡଳ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ-୨୦୨୫’ ଉଦଯାପିତ ହୋଇଯାଇଛି ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ରହି ଡାକ ବିଭାଗ ପ୍ରତିଟି ଭାରତୀୟ ପରିବାରର ବିଶ୍ୱସ୍ତ ସଦସ୍ୟ ତଥା ଡାକ ଟିକେଟ ଦେଶର କଳା, ସଂସ୍କୃତି, ବିଜ୍ଞାନକୁ ଲୋକପ୍ରିୟ କରିବା ସହ ଏହାର ପ୍ରଚାର ଓ ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଉଦବୋଧନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଦ ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଏଣ୍ଡ କଲଚରାଲ୍ ହେରିଟେଜର ସଂଯୋଜକ ତଥା ଡାକ ଟିକେଟ ସଂଗ୍ରାହକ ଅନୀଲ କୁମାର ଧୀର ପ୍ରଦର୍ଶନୀରେ ସମସ୍ତ ବର୍ଗର ଲୋକଙ୍କ ଡାକ ଟିକେଟ ଦେଖିବା ପାଇଁ ଆଗ୍ରହ ଓ ଉତ୍ସାହ ପ୍ରମାଣିତ କରୁଛି ଡିଜିଟାଲ ଯୁଗରେ ବି ଡାକ ବିଭାଗ ତାର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରଖିଛି ବୋଲି କହିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ଡାକ ଟିକେଟ ସଂଗ୍ରାହକ ଶାନ୍ତି ସ୍ଵରୂପ ରଥ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ନୟାଗଡ଼ ପେକ୍ସ-୨୦୨୫ର ଅଧ୍ୟକ୍ଷ ତଥା ନୟାଗଡ଼ ଡ଼ାକ ମଣ୍ଡଳର ଡାକ ଅଧିକ୍ଷକ ଖଗେଶ୍ଵର ମଲ୍ଲିକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।
ନୟାଗଡ଼ ପେକ୍ସ-୨୦୨୫ ଉପଲକ୍ଷେ ଆୟୋଜିତ ସାଧାରଣଜ୍ଞାନ, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ଼ାକ ମଣ୍ଡଳର ଅଧିକ୍ଷକ ସପନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930