Indus Valley Times

ନୟାଗଡ଼ : ପୁରୁଣା ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

 Breaking News

ନୟାଗଡ଼ : ପୁରୁଣା ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ନୟାଗଡ଼ : ପୁରୁଣା ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ
January 09
10:31 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୯/୧ : ପୁରୁଣା ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ନୟାଗଡ଼ ପୁଲିସ, ପରିବହନ ବିଭାଗ, ସିଭିଲି ସୋସାଇଟି ଓ ବସ୍ ମାଲିକ ସଂଘ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଏସ୍.ସୁଶ୍ରୀ ଯୋଗ ଦେଇ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବାଣ୍ଟିଥିଲେ।
ଯେଉଁମାନେ ହେଲମେଟ୍ ପିନ୍ଧିନଥିଲେ ସେମାନଙ୍କୁ ସତର୍କ କରାଯିବା ସହ ହେଲମେଟ୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍ ନପିନ୍ଧିବା, ବାଇକରେ ତିନି ଜଣ ବସି ଯିବା ବ୍ୟକ୍ତିମାନଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ହେଲମେଟ୍ ବଣ୍ଟନ କରାଯାଇଥିଲା।
ଟ୍ରାଫିକ୍ ନିୟମ ନମାନୁନଥିବା ଲୋକମାନଙ୍କୁ ଯମ ରାଜ ବେଶରେ ସଚେତନ କରାଯାଇଥିଲା। ପ୍ରତ୍ୟେକ ବ୍ୟକ୍ତି ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା ନିହାତି ଜରୁରୀ ବୋଲି ‌ସଚେତନତା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦର୍ଶନ ଗାଙ୍ଗୋଇ, ବସ୍ ମାଲିକ ସଂଘ ସଭାପତି ମନୋଜ ନାୟକ, ସଂପାଦକ ସେକ୍ ଇସୁବ, ସିଭିଲ ସୋସାଇଟି ପକ୍ଷରୁ ଗୋଦାବରିଶ ମିଶ୍ର, ଭଗବତୀ ପଟ୍ଟନାୟକ ପ୍ରମୁଖ ଯୋଗ ‌ଦେଇଥିଲେ।
ନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ଯଦୁମଣି ଜୟନ୍ତୀ ପାଳିତ
ନୟାଗଡ଼ ୯/୧: ନୟାଗଡ ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମହାନ ସାରସ୍ୱତ ସାଧକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଯଦୁମଣିଙ୍କ ତୈଳ ଚିତ୍ରରେ ପୂଜ୍ୟପୂଜା କମିଟି ସଭାପତି ଶିକ୍ଷାବିତ ପ୍ରସନ୍ନ କୁମାର ବସନ୍ତିଆ, ସଂପାଦକ ଶରତଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହି ଅବସରରେ ହାସ୍ୟକବିଙ୍କ ରଚନା ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଆଗାମୀଦିନରେ ଯଦୁମଣିଙ୍କ ଜୟନ୍ତୀକୁ ସଦର ମହକୁମାରେ ବ୍ୟାପକତା ସହ ପାଳନ କରିବା ନେଇ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥିରୀକୃତ ହେଲା
ନୟାଗଡ଼ ଜିଲ୍ଲାରେ ଆରମ୍ଭ ହେଲା ଧାନ କିଣା
ନୟାଗଡ଼, ୯/୧ : ଜିଲ୍ଲାରେ ଆରମ୍ଭ ହେଲା ଧାନ କିଣା। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ନୟାଗଡ଼ ସ୍ଥିତ ବାହାଡ଼ାଝୋଲା ନିୟନ୍ତ୍ରିତ ବଜାର କମିଟି ପରିସରରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ ଏହି ମଣ୍ଡିକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦର, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ମହାନ୍ତି, ବଜାର କମିଟି ସମ୍ପାଦକଙ୍କ ସମେତ ମିଲର ଓ ଚାଷୀମାନେ ଯୋଗ ଦେଇଥିଲେ।
ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତିଙ୍କ ସୂଚନା ମୁତାବକ, ଜିଲ୍ଲାରେ ଥିବା ୧୫୩ଟି ସେବା ସମବାୟ ସମିତିର ୧୬୮ଟି ଧାନ ସଂଗ୍ରହ କେନ୍ଦ୍ରରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ କିଣିବାକୁ ସ୍ଥିର କରାଯାଇଛି। ଚଳିତ ବର୍ଷ ଜିଲ୍ଲାରେ ୫୩ ହଜାର ୮୩୯ ଚାଷୀ ଧାନ କିଣିବା ପାଇଁ ନାଁ ପଞ୍ଜିକୃତ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୨ ଲକ୍ଷ ୯୦ ହଜାର ୨୯୪ କୁଇଣ୍ଟାଲ ଧାନ ଓ ୮ କୁଇଣ୍ଟାଲ ଚାଉଳ ସଂଗ୍ରହ କରିବାକୁ ଟାର୍ଗେଟ୍ ମିଳିଛି। ଏହି ଧାନ କିଣିବା ପାଇଁ ୧୫ ଜଣ ମିଲରଙ୍କ ସହ ଚୁକ୍ତି କରାଯାଇଛି। ଅସାଧୁ ବେପାରିମାନଙ୍କ କଥା‌ରେ ଭଳି ନ ଯାଇ ଚାଷୀମାନେ ଏଫଏକ୍ୟୁମାନର ଧାନ ସମବାୟ ସମିତି ଜରିଆରେ ବିକ୍ରି କରି ସରକାରଙ୍କ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ମୂଲ୍ୟ ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।
ପ୍ରତ୍ୟେକ ଧାନ କ୍ରୟ କେନ୍ଦ୍ରରେ ଧାନ ରଖିବା ପାଇଁ ପିଣ୍ଡି ଓ କୃଷକମାନଙ୍କ ବସିବା ପାଇଁ ବିଶ୍ରାମ ସ୍ଥଳ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଉଚିତ୍ ଗୁଣବତ୍ତା ଥିବା ଧାନ କ୍ରୟରେ କୌଣସି ପ୍ରକାର କଟନି ଛଟନି ହେବ ନାହିଁ। ଚାଷୀମାନଙ୍କ ପ୍ରଦତ୍ତ ଟୋକନର ବୈଧତା ୩୦ ଦିନ ପର୍ଯ୍ୟନ୍ତ କାଏମ୍ ରହିବ। ପ୍ରତ୍ୟେକ ମଣ୍ଡିରେ ସୁପରଭାଇଜର ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ପ୍ରତ୍ୟେକ ତହସିଲରେ ତହସିଲଦାର ଓ ଉପଜିଲ୍ଲାପାଳ ଜିଲ୍ଲାର ନୋଡ଼ାଲ ଅଫିସର ରହିବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930