Indus Valley Times

ନୟାଗଡ଼ : ରାତିସାରା ବ୍ୟାଙ୍କ ଭିତରେ ବାପା ପୁଅଙ୍କ ଧାରଣା

 Breaking News

ନୟାଗଡ଼ : ରାତିସାରା ବ୍ୟାଙ୍କ ଭିତରେ ବାପା ପୁଅଙ୍କ ଧାରଣା

ନୟାଗଡ଼ : ରାତିସାରା ବ୍ୟାଙ୍କ ଭିତରେ ବାପା ପୁଅଙ୍କ ଧାରଣା
March 12
10:09 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୨/୩: ଜଣେ ବୃଦ୍ଧଙ୍କ ଠାରୁ ପାଠ ନପଢ଼ିବାରସୁଯୋଗ ନେଇ କିଛି ଯୁବକ ୪୦ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ମଧ୍ୟଖଣ୍ଡର ବୃଦ୍ଧ ରଜନୀ ପ୍ରଧାନ । ନୟାଗଡ଼ ତହସିଲ ମୁକ୍ତାପୁରରେ ନିର୍ମାଣ ଚାଲିଥିବା ବାଇପାସ କାମ ପାଇଁ ଦଶପଲ୍ଲାର ବୃଦ୍ଧ ରଜନୀ ପ୍ରଧାନଙ୍କର ୨୫ ଡିସିମିଲ ଯାଗା ଜାଇଥିଲା ।
ଏଥ୍ ନିମନ୍ତେ ତାଙ୍କୁ ୪୦ ଲକ୍ଷ ଟଙ୍କା ମିଳିଥିଲା । ଉକ୍ତ ଟଙ୍କା ଆଇଡିବିଆଇ ବ୍ୟାଙ୍କରେ ଡିପୋଜିଟ ହୋଇଥିଲା । ଏହି ଟଙ୍କାକୁ ଜାଲିଆତି କରି ମୁକ୍ତାପୁର ଗ୍ରାମର ୩ ଜଣ ନେଇଯାଇଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ କହିବା ଅନୁଯାଇ ମୁଁ କିଛି ପାଠ ପଢ଼ିନି କି କିଛି ଜାଣିନି । ମୋ\’ଠୁ ଟିପ ଚିହ୍ନ ନେଇ ୩ ଯୁବକ ମୋ\’
ଆକାଉଣ୍ଡରୁ ୪୦ ଲକ୍ଷ ନେଇଗଲେ। ଏବେ ବ୍ୟାଙ୍କ କର୍ମଚାରୀଙ୍କୁ କହିଲେ କିଛି ଶୁଣୁ ନାହାନ୍ତି। ବ୍ୟାଙ୍କ କହୁଛି ଥାନାକୁ ଯାଅ, ପୁଲିସ୍ କହୁଛି ବ୍ୟାଙ୍କକୁ ଯାଅ । ଆମେ କେମିତି ଆମ ଟଙ୍କା ଫେରି ପାଇବୁ, କିଛି ଜାଣି ପାରୁନୁ। ତେଣୁ ବ୍ୟାଙ୍କ ଆଗରେ ଧାରଣା ଦେଇଛୁ।\’ ଗତକାଲି ରାତି ସାରା ନୟାଗଡ଼ ଜିଲ୍ଲା ଆଇଡ଼ିବିଆଇ ବ୍ୟାଙ୍କ ଭିତରେ ଜଣେ ବୃଦ୍ଧ ନିଜ ପୁଅ ସହ ଧାରଣାରେ ବସି ରହିଥିବା ବେଳେ ବ୍ୟାଙ୍କ କର୍ମଚାରୀ ବାହାରୁ ତାଲା ମାରି ଛୁ ହୋଇଗଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ସେମାନେ ବୟସ୍କ ରଜନୀଙ୍କଠାରୁ ଟିପ ଚିହ୍ନ ନେଇ ବ୍ୟାଙ୍କରୁ ୪୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ
ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ଜାଲିଆତି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ସହ ୪୦ଲକ୍ଷ ଟଙ୍କା ଫେରିପାଇବାକୁ ଧାରଣା ଦେଇଛନ୍ତି ବାପା ପୁଅ । ଅପରପକ୍ଷେ ରଜନୀ କହିଛନ୍ତି, ମୁଁ ଅପାଠୁଆ । ଟିପ ଚିହ୍ନ ନେଇ ମୋ\’ ଟଙ୍କା ହାତେଇନେଲେ। ବ୍ୟାଙ୍କ କର୍ମଚାରୀ କିଛି ସାହାଯ୍ୟ କରୁନାହାନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031