Indus Valley Times

ନୟାଗଡ଼ : ସମାଜ କଲ୍ୟାଣ ପାଇଁ ରକ୍ତଦାନ ଶିବିର

 Breaking News

ନୟାଗଡ଼ : ସମାଜ କଲ୍ୟାଣ ପାଇଁ ରକ୍ତଦାନ ଶିବିର

August 25
09:06 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୫/୮ : ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ସୋଲପଟା ର ମିଳିତ ସହଯୋଗ ରେ ଏକ ରକ୍ତଦାନ ଶିବିର ଆଜି ସୋଲପଟା ସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିର କୁ ଆନୁଷ୍ଠାନିକ ଭାବେ ରୋଟାରୀ କ୍ଲବ ର ବରିଷ୍ଠ ସଦସ୍ୟ ତଥା ନୟାଗଡର ପୂର୍ବତନ ନଗରପାଳ ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ସୋଲପଟା ଗ୍ରାମର ସଭାପତି ସନ୍ତୋଷ ନାୟକ ଉଦଘାଟନ କରିଥିଲେ। ଡାକ୍ତର ନରେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ରକ୍ତ ଭଣ୍ଡାରର କର୍ମଚାରୀ ଅଜୟ ପଟ୍ଟନାୟକ, ପ୍ରକାଶ କୁମାର ପାଣିଗ୍ରାହୀ, ରବୀନ୍ଦ୍ରନାଥ ସାହୁ ଓ ମାନସ କୁମାର ବେହେରା ରକ୍ତ ସଂଗ୍ରହ ଓ ପଞ୍ଜିକରଣ ରେ ସହାୟତା କରିଥିଲେ। ଯୁବକ ଓ ମହିଳା ମାନେ ଉତ୍ସାହର ସହ ରକ୍ତ ଦାନ କରୁଥିବା ଦେଖିବାକୁ ମିଳିଥିଲା ।
ରୋଟାରୀ କ୍ଲବ ର ସଦସ୍ୟ ଧିରେନ୍ଦ୍ର ପଟ୍ଟନାୟକ, ପ୍ରଶନ୍ନ ବସନ୍ତିଆ, ପୁର୍ଣ୍ଣ ଚନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ରଥ, ଅବିନାଶ ସାହୁ, ଏବଂ ଛତ୍ରପତି ଶିବାଜୀ କ୍ଲବ ତରଫରୁ ଦୀପକ କୁମାର ନାୟକ, ପୁଷ୍ପ ରଞ୍ଜନ ଜେନା, ପିଣ୍ଟୁ ପ୍ରଧାନ, କପିଳାସ ନାୟକ, ପ୍ରଦୀପ ବରାଡ ଓ ବାଉରିବନ୍ଧୁ ବେହେରା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିବାରେ ସହାୟତା କରିଥିଲେ । ଆଜିର ରକ୍ତଦାନ ଶିବିର ରୁ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031