Indus Valley Times

ନୟାଗଡ଼: ଲୋକକୈନ୍ଦ୍ରିକ ସାହିତ୍ୟର ମୃତ୍ୟୁ ନାହିଁ

 Breaking News

ନୟାଗଡ଼: ଲୋକକୈନ୍ଦ୍ରିକ ସାହିତ୍ୟର ମୃତ୍ୟୁ ନାହିଁ

ନୟାଗଡ଼: ଲୋକକୈନ୍ଦ୍ରିକ ସାହିତ୍ୟର ମୃତ୍ୟୁ ନାହିଁ
February 16
19:28 2022

କିଶୋର ରାଉତଙ୍କ ରିପୋର୍ଟ
ନୟାଗଡ଼ ,୧୬/୨ : ନୟାଗଡ ଜିଲ୍ଲା, ଦଶପଲ୍ଲାର ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ରାଜ୍ୟ ସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର ଶୀର୍ଷକ “ସହିତ୍ୟ କଥା ଓ ସମାଜ ବ୍ୟଥା” ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୦ ଜଣରୁ ଉର୍ଦ୍ଧ୍ବ କବି ଲେଖକ ସାହିତ୍ୟିକ ସମାଜ ସେବି ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବରିଷ୍ଠ କବି ପଦ୍ମଶ୍ରୀ ହଳଧର ନାଗ୍ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଥମେ ମାଟିର ସ୍ବର ସଂଗଠନର ଏ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହିତ ଉପସ୍ଥିତ ସମସ୍ତ କବି ଲେଖକ ମାନଙ୍କୁ ଜନ ଜୀବନ ଓ ଲୋକକୈନ୍ଦିକ ଗୀତ କବିତା ଲେଖିବା ପାଇଁ ପରାମର୍ଶ ଦେଇଥିଲେ।
ମାଟିର ସ୍ବର ବାସ୍ତବରେ ସାଧାରଣ ମଣିଷ ସମାଜରେ ଅବହେଳିତ ନିଷ୍ପେଷିତର ସ୍ୱର ଭାବେ ଆଗେଇ ଚାଲୁ କହି ଉସ୍ଛହିତ କରିଥଲେ।ଏ ପବିତ୍ର ମାଟିରେ ବିଭିନ୍ନ ରୂଷି ମୂନି ଓ ପଞ୍ଚଶଖା ଜନ୍ମ ଗ୍ରହଣ କରି ଆମ ମାଟି ମା ଓ ସାହିତ୍ୟ ମର୍ଯ୍ୟାଦାବୃଦ୍ଧି କରିଛନ୍ତି।
ଏ ମାଟିର ମହାନ୍ କବି ଉପେନ୍ଦ୍ର ଭଞ୍ଜ, ବଳଦେବ, ରାଧାନାଥ, ମଧୂସୁଦନ ଏବଂ ଫକୀର ମୋହନ ଇତ୍ୟାଦି ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି।
ସେମାନଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ ହୋଇ ସାହିତ୍ୟ କାବ୍ୟ କବିତା ଲେଖିବା ଆବଶ୍ୟକ। ସାହିତ୍ୟ ସମାଜକୁ ଦିଗ୍ ଦର୍ଶନ ଦିଏ, ସମାଜକୁ ତାଗିଦ୍ କରେ ଏବଂ ଯେଉଁ ସାହିତ୍ୟ ସମସ୍ତ ହୃଦୟକୁ ଛୁଏଁ ସେ ସାହିତ୍ୟ କାଳଜୟୀ ସାହିତ୍ୟ ହୁଏ ।
ଏ ମାଟି ଏକ ପବିତ୍ର ମାଟି ଏଇଠି ଅତିବଡି ଜଗନ୍ନାଥ ଦାଶ ଲେଖିଥିବା ଭାଗବତ ଘରେ ଘରେ ପରିଚିତ। ଏଥିରେ ସାଧାରଣ ଜନ ଜୀବନର କଥା ରହିଛି। ତେଣୁ ସମାଜରେ ଲୋକାଭିମୁଖୀ ହୋଇପାରିଛି ।
ଏ ମାଟିରେ ଅନେକ ମହାନ୍ ଲେଖକ ସାହିତ୍ୟିକ ଜନ୍ମ ଗ୍ରହଣ କରିଛନ୍ତି। ଆମେ ଏମାନଙ୍କୁ ସ୍ମରଣ କରିବା ଆବଶ୍ୟକ। କବି ହେଉଛନ୍ତି ଈଶ୍ବର, ସ୍ରଷ୍ଟା, ସମାଜ ପରିବର୍ତ୍ତନକାରୀ ଏବଂ ସାହିତ୍ୟ ହେଉଛି ସମାଜର ପ୍ରତିଛବି ,ଲୋକାଭିମୁଖୀ ସାହିତ୍ୟ ଯୁଗ ଯୁଗ ଧରି ବଞ୍ଚିଥାଏ। ଏଥିପାଇଁ ସମସ୍ତ ଲେଖକ ଧ୍ୟାନ ଦେବାକୁ ସେ ଆହ୍ଵାନ ଦେଇଥିଲେ।
ମାତ୍ର ଅଢେଇ ଶ୍ରେଣୀ ପାଠ ପଢି କୋଶଳ୍ ଭାଷାରେ ସାଧାରଣ ଜନ ଜୀବନର କଥା ବସ୍ତୁକୁ ନେଇ ଲେଖିଥିବା ଅନେକ କାବ୍ୟ କବିତା ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି ଏବଂ ଆମେରିକା ପରି ଅନେକ ଦେଶରେ ଏହା ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛି। ଏ ହେଉଛି ସାଧାରଣ ଜନ ଜୀବନ ଆଧାରିତ ସାଧାରଣ ମଣିଷର ସାମାଜିକ ଜୀବନ ଶୈଳୀ କୁ ନେଇ ଲେଖିଥିବା କବିତା ତାଙ୍କୁ ପରିଚୟ ପ୍ରଦାନ କରିଛି ।
ଜନ ଜୀବନ ଆଧାରିତ ସାହିତ୍ୟର ମୃତ୍ୟୁ ନାହିଁ। ଏଥିପ୍ରତି କବି ଲେଖକ ସାହିତ୍ୟିକ ଯଥେଷ୍ଟ ଗୁରୁତ୍ୱ ଦେବା ପାଇଁ ସେ ଆହ୍ଵାନ କରିଥିଲେ। “ମାଟିର ସ୍ବର” ବାସ୍ତବରେ ଏକ ହୃଦୟ ସ୍ପର୍ଶ କଲା ଭଳି ଏକ ନାମ। ମାଟିର ସ୍ବର ସାଧାରଣ ମଣିଷର ସ୍ଵର ହେଉ ଏବଂ ଏଥିରେ ସାମିଲ ହୋଇଥିବା ସମସ୍ତ ସାହିତ୍ୟିକ ବନ୍ଧୁ ମାନଙ୍କୁ ଲୋକ କୈନ୍ଦ୍ରିକ ସାହିତ୍ୟ ସୃଷ୍ଟି କରି ସମାଜରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ ।
ଅଧ୍ୟାପକ ତଥା କବି ସୁସାହିତ୍ୟିକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ବିଶ୍ବାଳ ସମ୍ନାନୀତ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ସାହିତ୍ୟ ସମାଜର ପ୍ରତିବିମ୍ବ , ସାହିତ୍ୟର ଅନ୍ୟ ନାମ ସାମାଜିକ ଅଙ୍ଗୀକାରବଦ୍ଧତା। ଯେଉଁ ସାହିତ୍ୟରେ ସମାଜର ଦୃଶ୍ୟ ନାହିଁ, ଲୋକଙ୍କ ବେଦନା ନାହିଁ, ବ୍ୟଥା ନାହିଁ, ବିଚାର ନାହିଁ, ଜୀବନ ନାହିଁ ସେଭଳି ସାହିତ୍ୟ ଓ ସାହିତ୍ୟିକଙ୍କୁ କାହିଁକି ଉତ୍ତରପିଢ଼ି ମନେ ରଖିବେ ?
ସନ୍ଥ କବି ଭୀମଭୋଇ ଓ ସଚ୍ଚି ରାଉତରାୟଙ୍କ ପରି ଲୋକ କୈନ୍ଦ୍ରିକ ସାହିତ୍ୟ ସୃଷ୍ଟି କରିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇ ମାଟିର ସ୍ବର ବାସ୍ତବରେ ମାଟିର କଥା କହୁ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ଓ କବି ସର୍ବଶ୍ରୀ ସଂଗ୍ରାମ କେଶରୀ ସାମନ୍ତରାୟ ସମେତ ଡଃ ଲକ୍ଷ୍ମୀପ୍ରିୟା ଦେଇ, ସସ୍ମିତା ଦାଶ, ପଦ୍ମିନୀ ମିଶ୍ର, ଇତିଶ୍ରୀ ଜେନା, ଅନନ୍ୟା ଦାଶ, ସଂଘମିତ୍ରା, ଓମ୍ ପ୍ରକାଶ, ଡାଃ ଅରୁଣ, ଶିବବ୍ରତ ଦାସ, ଉତ୍ତମ ଦାସ, କୂଳମଣି ପୃଷ୍ଟି, କାମରାଜ ସାହୁ, ଉମେଶ ଜେନା, ଶ୍ରୀକାନ୍ତ ପଣ୍ଡା, ସଞ୍ଜୟ ଷଡଙ୍ଗୀ, ନଟବର ପ୍ରଧାନ,ସୁରେଶ କୁମାର ସାହୁ, ପଞ୍ଚାନନ ସାହୁ, ରୋହିତ ଜେନା ଏବଂ ମୂରଲୀଧର ମହାରଣା ପ୍ରମୁଖ ନିଜ ନିଜର ଅଭିମତ ପ୍ରଦାନ କରି ଏଭଳି ଆଲୋଚନାର ଆବଶ୍ୟକତା ଓ ଗୁରୁତ୍ବକୁ ସ୍ବୀକାର କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ ।
ବିପ୍ଳବୀ କବି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମାଝୀ କବି ଲେଖକ ମାନଙ୍କୁ ସମାଜ କୈନ୍ଦ୍ରିକ ଓ ସାମାଜିକ ସମସ୍ୟା ଆଧାରିତ ସାହିତ୍ୟ ସୃଷ୍ଟି ପାଇଁ ପରାମର୍ଶ ଦେବାସହ ସାହିତ୍ୟ ଏକ ବିପ୍ଳବ କିନ୍ତୁ ବ୍ୟବସାୟ ନୁହେଁ। ଏଥିପ୍ରତି ସମସ୍ତ କବି ଲେଖକ ଦୃଷ୍ଟି ଦେବାକୁ ସେ ନିବେଦନ କରିବାସହ ଲେଖକ ଓ କବି ସାଧାରଣ ଉପଢୌକନ କିମ୍ବା ମାନପତ୍ର ପଛରେ ନ ଦୌଡ଼ି ବରିଷ୍ଠ ସାହିତ୍ୟ ସୃଷ୍ଟି କରି ସମାଜ ବଦଳାଇବା ଦିଗରେ ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ପ୍ରକାଶ କରିଥିଲେ। କବୀ ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ସମସ୍ତ ଅତିଥି ମାନଙ୍କୁ ଧନ୍ୟବଦ ଅର୍ପଣ କରିଥିବା ବେଳେ ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031