Indus Valley Times

ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି: ପୁଅ ବାବୁସାନ୍ ଦେଲେ ମୁଖାଗ୍ନି

 Breaking News

ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି: ପୁଅ ବାବୁସାନ୍ ଦେଲେ ମୁଖାଗ୍ନି

February 28
18:33 2025

ଭୁବନେଶ୍ୱର,୨୮/୨ : ଦୁନିଆର ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ି ଯାଇଛନ୍ତି ଓଡ଼ିଆ ସିନେମା ଜଗତର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି । ପଞ୍ଚଭୂତରେ ବିଲୀନ ହୋଇଛି ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରର ସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ତାଙ୍କ ପୁଅ ବାବୁସାନ୍ ମହାନ୍ତି ମୁଖାଗ୍ନି ଦେଇଛନ୍ତି ।
୯୦ ଦଶକର କିମ୍ବଦନ୍ତୀ ନାୟକ ଉତ୍ତମ ମହାନ୍ତି ଦୀର୍ଘ ଦିନ ହେବ ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଫେବୃଆରୀ ୮ରେ ନୂଆଦିଲ୍ଲୀ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଗତକାଲି ରାତି ୧୦ଟା ୪୫ ମିନିଟ୍ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଦୁଃଖଦ ଖବର ପ୍ରକାଶ ପାଇବା ପରେ ସାରା ଓଡ଼ିଶାରେ ଶୋକ ଛାୟା ଖେଳି ଯାଇଥିଲା ।
ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀର ଉତ୍ତମାଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲା । ଏହା ପରେ ଶେଷ ଦର୍ଶନ ପାଇଁ ତାଙ୍କର ବରମୁଣ୍ଡାସ୍ଥିତ ଜଗନ୍ନାଥ ବିହାରରେ ଥିବା ବାସଭବନରେ ପାର୍ଥିବ ଶରୀରକୁ ନିଆଯାଇଥିଲା ।
ସେଠାରେ ସମସ୍ତେ ତାଙ୍କର ଶେଷ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତମଙ୍କ ଅନ୍ତିମ ଦର୍ଶନ କରିବା ସହିତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ଏହା ସହିତ ବହୁ କଳାକାର ବୃନ୍ଦ, ତାଙ୍କର ପ୍ରଶଂସକମାନେ ତାଙ୍କର ଶେଷ ଦର୍ଶନ କରିଥିଲେ ।
ଏହା ପରେ ଶୋଭାଯାତ୍ରାରେ ତାଙ୍କର ପାର୍ଥିବ ଶରୀରକୁ ସତ୍ୟ ନଗର ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଉତ୍ତମ ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ତାଙ୍କ ପୁଅ ବାବୁସାନ୍ ମହାନ୍ତି ମୁଖାଗ୍ନି ଦେଇଛନ୍ତି ।
ଶ୍ମଶାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତଙ୍କ ଆଖିରେ ଲୁହରେ ଭିଜି ଯାଇଥିଲା । ଲୁହ ଭରା ଆଖିରେ ସମସ୍ତେ ଉତ୍ତମ ମହାନ୍ତିଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930