Indus Valley Times

ପଥଚାରୀଙ୍କୁ ଧକ୍କା ପରେ ରାସ୍ତା ତଳକୁ ଖସିଲା ବସ୍, ଜଣେ ମୃତ

 Breaking News

ପଥଚାରୀଙ୍କୁ ଧକ୍କା ପରେ ରାସ୍ତା ତଳକୁ ଖସିଲା ବସ୍, ଜଣେ ମୃତ

December 15
11:05 2024

ଭଦ୍ରକ, ୧୫/୧୨ : ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ି ଯିବା ପରେ ଓଲଟି ପଡ଼ିଲା ଏକ ଯାତ୍ରୀବାହୀ ବସ୍‌। ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ବସ୍ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଜାଗୁଳାଇପଦା ଛକ ନିକଟରେ।
ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଅରୁପାନନ୍ଦ ନାମକ ଏହି ଘରୋଇ ବସ୍‌ଟି ଭଦ୍ରକରୁ ବନ୍ତ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାଗୁଳାଇପଦା ଛକ ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ବସ୍‌ଟି ଧକ୍କା ଦେଇ ପୂରା ରାସ୍ତାରୁ ଓହ୍ଲାଇ ଯାଇଥିଲା ଓ ଓଲଟି ପଡ଼ିଥିଲା।
ଦୁର୍ଘଟଣାଗ୍ରସ୍ତ ବସ୍‌
ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କ ମଧ୍ୟରୁ କିଛି ବନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ପ୍ରାୟ ୭ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼, ରାସ୍ତାରେ ଯାତାୟାତ ବନ୍ଦ
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବସ୍‌ଟି ଦ୍ରୁତ ଗତିରେ ଯାଉଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ କିଛି ସମୟ ପାଇଁ ସେଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31