Indus Valley Times

ପରବର୍ତ୍ତୀ ପିଢ଼ିକୁ ସମାଜ ସେବାରେ ନିୟୋଜିତ କରିବାପାଇଁ ରୋଟାରୀ କ୍ଲବ ନୟାଗଡ଼ର ୟୁନିଟେକ ଡିଗ୍ରୀ କଲେଜରେ କର୍ମଶାଳା ଆୟୋଜନ

 Breaking News

August 29
21:07 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୯/୮ : ଛାତ୍ରଛାତ୍ରୀ ମାନଙ୍କୁ ସମାଜସେବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଏକ ପ୍ରେରଣାଦାୟୀ ପରାମର୍ଶ କର୍ମଶାଳା ଆଜି ସ୍ଥାନୀୟ ୟୁନିଟେକ୍ ଡିଗ୍ରୀ କଲେଜରେ ରୋଟାରୀ ନୟାଗଡ଼ ଦ୍ବାରା ଆୟୋଜିତ ହେଇଯାଅଛି ।
ଏହି କର୍ମଶାଳାରେ ରୋଟାରୀ କ୍ଳବ୍ ର ସଭାପତି ବସିରନ ବିବି ଅଧ୍ୟକ୍ଷତା କରିଥିବା ବେଳେ, ରୋଟାରିଆନ ବାସୁଦେବ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ଜଗଦିଶ କୁମାର ସିଠ ରିସୋର୍ସ ପର୍ସନ ଭାବେ ଯୋଗଦେଇ ସମାଜସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଶ୍ରୀକୁମାର ରଥ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ରୋଟାରିଆନ ପ୍ରବୀର ପୃଷ୍ଟି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031