Indus Valley Times

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡିହା ଅଭୟାରଣ୍ୟ, ରାତିରେ ରହଣୀ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

 Breaking News

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଳଡିହା ଅଭୟାରଣ୍ୟ, ରାତିରେ ରହଣୀ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

November 01
11:39 2022

ନୀଳଗିରି,୧/୧୧: ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୁଳଡିହା ଅଭୟାରଣ୍ୟ । ଏଥର କୁଳଡିହାକୁ ଆସିଥିବା ନୀଳଗାଈ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ।
୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଅଭୟାରଣ୍ୟରେ ଦେଶୀ ବିଦେଶୀ ପକ୍ଷୀ ସମେତ ସମ୍ବର,ଗୁରାଣ୍ଡି, କୁଟାରୀ,ହରିଣ,ମଇଁଷି ,ବାଘ,ଭାଲୁ,ହାତୀ ସମେତ ବଣୁଆ କୁକୁର ଓ ବହୁ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି ।
ପ୍ରତ୍ୟେକ ବର୍ଷଭଳି ଆଜିଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଅଭୟାରଣ୍ୟ ଖୋଲିଛି। ଗୋହିରାଭୋଳଠାରେ ନେଚର୍ସ କ୍ୟାମ୍ପରେ ରାତ୍ରି ରହଣି ପାଇଁ ତମ୍ବୁ ଘରର ଵ୍ୟଵସ୍ଥା କରାଯାଇ ଥିବା ବେଳେ ମୋଟର ବୋଟିଂର ଵ୍ୟଵସ୍ଥା କରାଯାଇଛି।
ତେବେ ପ୍ରଥମ ପର୍ଯ୍ୟଟକ ଭାବେ ପଶ୍ଚିମବଙ୍ଗ ହାୱାଡା ଅଞ୍ଚଳରୁ ଦମ୍ପତ୍ତି ଅନନ୍ତ କୁମାର ବାନାର୍ଜୀ ଓ ଲକ୍ଷ୍ମୀଶ୍ରୀ ବାନାର୍ଜୀ ଆସି ଟିକେଟ କାଟି କୁଳଡିହା ଅଭୟାରଣ୍ୟ ଯାଇଛନ୍ତି। ପ୍ରତ୍ୟେକ ବ୍ୟକ୍ତି ପିଛା ୪୦ ଟଙ୍କା, ଚାରିଚକିଆ ଯାନ ପିଛା ୧୦୦ ଟଙ୍କା ଓ କ୍ୟାମେରା ପାଇଁ ୫୦ ଟଙ୍କା ପୈଠ କରିବାକୁ ପଡିବ।
ଚଳିତ ବର୍ଷ କୋଭିଡ କଟକଣା ନ ଥିବା ବେଳେ ପାଗ ବି ଭଲ ରହିଛି। ତେଣୁ ଏଥର ପୂର୍ବ ତୁଳନାରେ ବହୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା ରଖିଛନ୍ତି କୁଳଡିହା ଅଭୟାରଣ୍ୟ କର୍ତ୍ତୃପକ୍ଷ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930