Indus Valley Times

ପାଞ୍ଚ ପତ୍ନୀଙ୍କ ପାଇଁ ଖୁବ୍ ଚର୍ଚ୍ଚାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ

 Breaking News

ପାଞ୍ଚ ପତ୍ନୀଙ୍କ ପାଇଁ ଖୁବ୍ ଚର୍ଚ୍ଚାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ

ପାଞ୍ଚ ପତ୍ନୀଙ୍କ ପାଇଁ ଖୁବ୍ ଚର୍ଚ୍ଚାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ
April 13
12:40 2022

ଭୁବନେଶ୍ୱର,୧୩ ।୪: ଶେହେବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ପୁର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଗାଦିତୁକ୍ତ କରି ଶେହେବାଜ ହୋଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ । ଶେହେବାଜ୍ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ବୈବାହିତ ଜୀବନକୁ ନେଇ ସବୁଆଡେ ଚର୍ଚ୍ଚା । ଶେହେବାଜ ୫ ଜଣଙ୍କୁ ବିବାହ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ୧୯୭୩ରେ ବେଗମ୍ ନୁସରତ ଶାହାବାଜଙ୍କୁ ବିବାହ କରିଥିଲେ। ଏହି ବିବାହ ୧୯୯୩ ପର‌୍ୟ୍ୟନ୍ତ ଚାଲିଥିଲା। ଏହା ପରେ ଶାହାବାଜ ଆଲିଆ ହନିଙ୍କୁ ବିବାହ କରିଥିଲେ।ଆଲିଆ ହନିଙ୍କୁ ସେ ବହୁତ ଭଲ ପାଉଥିଲେ। ତାଙ୍କ ସୁବିଧା ପାଇଁ ତିଆରି କରିଥିଲେ ଏକ ଫ୍ଲାଇଓଭର । ଯାହା ହନିବ୍ରିଜ୍ ନାଁରେ ଜଣାଶୁଣା। ସେ ଘରେ ଜଲ୍ଦି ପହଞ୍ଚିବେ ବୋଲି ପଞ୍ଜାବରେ ହନିଙ୍କ ପାଇଁ ଏହି ଫ୍ଲାଇଓଭର ତିଆରି କରାଯାଇଥିଲା। ଭାଇ ନୱାଜ ସରିଫ ଶାହବାଜ-ଆଲିଆଙ୍କ ବିବାହକୁ ଦୃଢ଼ ବିରୋଧ କରିଥିଲେ। ପରେ ଏହି ବିବାହ ଶେଷ ହୋଇଯାଇଥିଲା। ଶାହାବାଜ ୧୯୯୩ରେ ନିଲୋଫର ଖୋସାଙ୍କୁବି ବିବାହ କରିଥିଲେ। ଏହା ପରେ ଶାହବାଜ ୨୦୦୩ରେ ସିକ୍ରେଟଲି ସମାଜସେବୀ ତେହମିନା ଡୁରାନୀଙ୍କୁ ବିବାହ କରିଥିଲେ। ଯାହାର ଖବର କାହାକୁ ଲାଗିନଥିଲା। ପରେ ତାଙ୍କ ବିବାହର ଚର୍ଚ୍ଚା ହେବାପରେ ସେ ଏହି ସତ ମାନିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031