Indus Valley Times

ପାଠ୍ୟପୁସ୍ତକରେ ତ୍ରୁଟି,ସଂଶୋଧନ କରି ପଢ଼ିବେ ଛାତ୍ରଛାତ୍ରୀ; SCERTର ସଫେଇ, ‘ଆସନ୍ତା ବର୍ଷ ଆଉ ଭୁଲ ହେବନି’

 Breaking News

ପାଠ୍ୟପୁସ୍ତକରେ ତ୍ରୁଟି,ସଂଶୋଧନ କରି ପଢ଼ିବେ ଛାତ୍ରଛାତ୍ରୀ; SCERTର ସଫେଇ, ‘ଆସନ୍ତା ବର୍ଷ ଆଉ ଭୁଲ ହେବନି’

June 18
16:37 2026

ଭୁବନେଶ୍ୱର,୧୮/୬: ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ SCERTର ନିର୍ଦ୍ଦେଶିକା କହିଛନ୍ତି ଏଥର ଭୁଲ୍ ହୋଇଯାଇଛି। ଆସନ୍ତା ବର୍ଷକୁ ଭୁଲ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ଦ୍ଦେଶିକା।
ଡିଇଓମାନଙ୍କୁ ଏ ବାବଦରେ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଛୋଟ ପିଲାଙ୍କ ବହିରେ ଶିକ୍ଷକମାନଙ୍କୁ ସଂଶୋଧନ କରିବାକୁ କୁହାଯାଇଛି। ବଡ଼ ପିଲା ଶିକ୍ଷକଙ୍କ ସାହାଯ୍ୟରେ ବହିରେ ନିଜେ ତ୍ରୁଟି ସଂଶୋଧନ କରିବେ। ତେବେ ୨୦୨୭-୨୮ ଶିକ୍ଷା ବର୍ଷରୁ ନୂଆ ବହି ଛପା ହେଲେ ଆଉ ଭୁଲ୍ ରହିବନି ବୋଲି ନିର୍ଦ୍ଦେଶିକା କହିଛନ୍ତି।
ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।
ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରାଯାଇ ଏହି ତ୍ରୁଟି ପାଇଁ କେଉଁ ଅଧିକାରୀ/ସଂସ୍ଥା ଦାୟୀ ତାହା ନିର୍ଣ୍ଣନ କରିବା ପାଇଁ ବୈଠକରେ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
୭ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଏବଂ କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ/ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930