Indus Valley Times

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ, ପରେ କଲା ଆତ୍ମହତ୍ୟା

 Breaking News

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ, ପରେ କଲା ଆତ୍ମହତ୍ୟା

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ, ପରେ କଲା ଆତ୍ମହତ୍ୟା
August 23
18:49 2022

ବଲାଙ୍ଗୀର, ୨୩/୮: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ପଞ୍ଚାୟତର ଡେବରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗାଁର ବାସିନ୍ଦା ଭକ୍ତ ନାୟକ ଓ ତାଙ୍କ ସ୍ତ୍ରୀ ବାଳ ନାୟକ ତାଙ୍କ ଜମିରେ କାମ କରୁଥିଲେ।
ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଇଥିବା ଅନୁମାନ କରାଯାଉଛି। ଭକ୍ତ ତାଙ୍କ ସ୍ତ୍ରୀଙ୍କୁ ପ୍ରଥମେ ମାରି ଦେଇ ପରେ ନିଜେ ଏକ ଗଛରେ ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କରିଛନ୍ତି।
ଦେଖିବାକୁ ମିଳିଛି ଯେ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରୁ ରକ୍ତ ବାହାରିଛି। ତାଙ୍କ ମୃତଦେହ ପାଖେ କିଛି ଖାଇବା ଜିନିଷ ମଧ୍ୟ ରଖା ଯାଇଛି। ଏଥିରୁ ଅନୁମାନ କରାଯାଉଛି ଯେ ତାଙ୍କ ସ୍ତ୍ରୀ ଖାଇବା ସମୟରେ ତାଙ୍କୁ ଭକ୍ତ ପଛ ପଟୁ ଆକ୍ରମଣ କରିଛନ୍ତି।
ଘଟଣା ସ୍ଥଳରେ ବେଲପଡ଼ା ଆଇ ଆଇ ସି ବୁଲୁ ମୁଣ୍ଡା ପହଞ୍ଚିଛନ୍ତି ଏବଂ ସାଇଣ୍ଟିଫିକ ଟିମର ଅପେକ୍ଷାରେ ଥିବା ସୂଚନା ମିଳିଛି। ଏ ପର‌୍ୟ୍ୟନ୍ତ କୌଣସି ପୁଲିସ ଅଧିକାରୀଙ୍କଠୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031