Indus Valley Times

ପାଲଝାରଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୁଳ

 Breaking News

ପାଲଝାରଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୁଳ

ପାଲଝାରଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୁଳ
April 20
21:06 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୪ : ସୋମବାର ସକାଳ ୯.୩୦ ମିନିଟ ସମୟରେ ଅକ୍ଷୟ ତୃତୀୟା ଅବସରରେ ପାରମ୍ପରିକ ରୀତିନୀତିରେ ‘ଅଖିମୁଠି ଅନୁକୂଳ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବୌଦ୍ଧ ପାଲଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ଚାଷ କାର୍ଯ୍ୟ ପାଇଁ ଶୁଭ ମନାସି ମୁଠି ଅନୁକୂଳ କରାଯାଇଛି।
ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଏହି ଶୁଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧି ମୁତାବକ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ ପରେ ସେ ନିଜେ ହଳ ଧରି କ୍ଷେତରେ ହଳ ବୁଲାଇବା ସହ ଧାନ ଟୋକେଇରୁ ବିହନ ବୁଣି ଚଳିତ ବର୍ଷର କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲାରେ କିଭଳି ଭଲ ଫସଲ ହେବ ଏବଂ ଚାଷୀଙ୍କ ମୁହଁରେ ହସ ଫୁଟିବ, ସେ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳକାମନା କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031