Indus Valley Times

ପାଳିତ ମାଆ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛନ୍ତି, ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ

 Breaking News

ପାଳିତ ମାଆ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛନ୍ତି, ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ

November 10
11:20 2025

ଭୁବନେଶ୍ୱର, ୧୦/୧୧ : ଛୋଟବେଳେ ଟ୍ରେନ୍‌ରେ ମା’ ଓ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ। ଭୁବନେଶ୍ୱରର ଏକ ଅନାଥ ଆଶ୍ରମରେ ରହୁଥିବାବେଳେ ଆମେରିକାର ଜଣେ ମହିଳା ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ସାଙ୍ଗରେ ନେଇଯାଇଥିଲେ।
ଆମେରିକୀୟ ମା’, ବାପାଙ୍କୁ ପାଇ ନୂଆ ଜୀବନ ଜିଇବାକୁ ସ୍ବପ୍ନ ଦେଖି ବଡ଼ ହୋଇଥିବା ଏହି ଯୁବତୀଙ୍କ ଆଖିରେ ଏବେ ଲୁହ। ସେ ହେଲେ ପୂଜା ନାୟକ ଓରଫ ସେଜଲ ଜୋହନ (୨୧)।
ଆମେରିକାରେ ପୋଷ୍ୟକନ୍ୟା ଭାବେ ରହୁଥିବା ପୂଜା ଓଡ଼ିଶା ଫେରି ଆସିବାକୁ ଆକୁଳ ନିବେଦନ କରିଛନ୍ତି। ବାଲେଶ୍ୱରରେ ରହୁଥିବା ସାଙ୍ଗ ଅମର ଦାସଙ୍କୁ ଭିଡିଓ ପଠାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରବିବାର ଏହି ଘଟଣା ପଦାକୁ ଆସିଛି।
ଅମର କହିଛନ୍ତି, ପୂଜା ନହରକଣ୍ଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି କନ୍ୟା ଆଶ୍ରମରେ ରହି ପଢ଼ୁଥିବାବେଳେ ତାଙ୍କ ସହ ପରିଚିତ ହୋଇଥିଲା।
ପୂଜା ଟ୍ରେନରେ ହଜିଯିବା ପରେ ଚାଇଲ୍ଡଲାଇନ୍ ଦ୍ୱାରା ଉଦ୍ଧାର ହୋଇ ଅନାଥ ଆଶ୍ରମକୁ ଆସିଥିବା ଜାଣିବାକୁ ପାଇଥିଲେ। ତେବେ ୨୦୧୮ରେ ପୂଜାଙ୍କୁ ଏକ ଦମ୍ପତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ନେଇଯାଇଥିଲେ।
ଆମେରିକାକୁ ଯିବା ପରେ ତାଙ୍କ ନାମ ପୂଜାରୁ ସେଜଲ ଜୋହନ ହୋଇଥିଲା। ତେବେ ୨୦୨୩ରେ ସୋସିଆଲ୍ ମିଡିଆ ଜରିଆରେ ପୂଜାଙ୍କ ସହ ଅମରଙ୍କର ପୁଣି ଯୋଗାଯୋଗ ହୋଇଥିଲା। ପୂଜା ସେଠାରେ ଖୁସିରେ ନ ଥିବା ତାଙ୍କୁ କହିଥିଲେ।
ପରେ ପାଳିତ ମା’ ତାଙ୍କଠାରୁ ମୋବାଇଲ ଓ ସିମ୍ ନେଇଯାଇଥିଲେ ବୋଲି ଅମର କହିଛନ୍ତି। ପୂଜା ଏକ ଭିଡିଓ ଶେୟାର କରିଥିବା ବେଳେ ସେଥିରେ ସେ କାନ୍ଦି କାନ୍ଦି କୋହଭରା କଣ୍ଠରେ ଅତ୍ୟାଚାରର କାହାଣୀ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୂଜା କହିଛନ୍ତି, ଛୋଟବେଳେ ମୁଁ ଓଡ଼ିଶାରେ ଥିଲି। ଭୁବନେଶ୍ୱରର ଏକ ହଷ୍ଟେଲରେ ପଢ଼ୁଥିଲି। ଏବେ ପାଳିତା ମା’ ମତେ ବହୁ କଷ୍ଟ ଦେବା ସହ ଅତ୍ୟାଚାର କରୁଛନ୍ତି। ଘର କାମ ସବୁ କରାଉଛନ୍ତି।
ମୁଁ ଆମେରିକାରେ ଏବେ ଖୁସିରେ ନାହିଁ। ମୁଁ ହିନ୍ଦୁ ହୋଇଥିବା ବେଳେ ପାଳିତ ମା’ ଇସଲାମ କରିଦେବାକୁ ବାଧ୍ୟ କରୁଛନ୍ତି। ଖାଇବାକୁ ମଧ୍ୟ ଦେଉନାହାନ୍ତି।
ଏପରିକି ଦୁଇଥର ହତ୍ୟା ଉଦ୍ୟମ ମଧ୍ୟ କରାଯାଇଛି। ମୁଁ ସ୍କୁଲ ଛୁଟି ଦିନରେ ୧୦ ଲକ୍ଷ ଟଙ୍କା ରୋଜଗାର କରିଥିବାବେଳେ ଏହି ଟଙ୍କାକୁ ମୋଠାରୁ ନେଇଯାଇଛନ୍ତି।
ଧର୍ମ ପରିବର୍ତ୍ତନ ନ କଲେ ସେମାନେ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ ଏବଂ ସୁରକ୍ଷିତ ଭାବେ ଓଡ଼ିଶାକୁ ନେଇଯାଆନ୍ତୁ ବୋଲି ପୂଜା ଅନୁରୋଧ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930