Indus Valley Times

ପିଚୁ କୁଣ୍ଡରେ ପଡି ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର

 Breaking News

ପିଚୁ କୁଣ୍ଡରେ ପଡି ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର

ପିଚୁ କୁଣ୍ଡରେ ପଡି ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର
May 22
21:59 2023

ରାୟଗଡ଼ା,୨୨/୫: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀ ଗ୍ରାମ ପଂଚାୟତର ବନ୍ଧୁଗୁଡ଼ା ରାସ୍ତା ନିକଟରେ ଏକ ହଟ୍ ମିକ୍ସ ପ୍ଲାଣ୍ଟର ଗରମ ପିଚୁ କୁଣ୍ଡରେ ପଡ଼ି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଘଟଣାରୁ ଜଣାପଡ଼ିଛି ଯେ ବିଷମ କଟକ ଥାନା ଅଧୀନର ଦୁର୍ଗୀ ସଦର ପଞ୍ଚାୟତର ଏକ ହଟ୍ ମିକ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ଆଜି ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପଟ୍ଟନମରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା।
ଉକ୍ତ ଟ୍ରକ ଡ୍ରାଇଭର ପ୍ଲାଂଟର ପିଚୁ କୁଣ୍ଡରେ ପାଇପ ଯୋଗେ ପିଚୁ ଢାଳୁ ଥିବା ବେଳେ ଅସାବଧାନତାବଶତଃ ପିଚୁ କୁଣ୍ଡ ଭିତରକୁ ଖସି ପଡ଼ିଥିଲେ। ତେବେ ପିଚୁ କୁଣ୍ଡରେ ଗରମ ତରଳ ପିଚୁ ରହିଥିବାରୁ ସେହି କୁଣ୍ଡ ଭିତରେ ହିଁ ଡ୍ରାଇଭର ଜବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ।
ଘଟଣା ସଂକ୍ରାନ୍ତରେ ଖବର ପାଇ ବିଷମ କଟକ ପୁଲିସ୍ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପିଚୁ ପ୍ଲାଣ୍ଟରେ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି । ବିଷମ କଟକ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଲା ତାର ଅନୁସନ୍ଧାନ ଚଳାଇଛି। ମୃତ ଡ୍ରାଇଭର ଜଣକ ଆନ୍ଧ୍ର ପ୍ରଦେଶ ବିଶାଖାପଟ୍ଟନମ୍ ଅଂଚଳର ଏ.କ୍ରିଷ୍ଣାରାଜୁ ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାର ଆସିବା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031