Indus Valley Times

ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍, ଆଉ ହେବନି ସମ୍ମେଟିଭ୍, ବର୍ଷ ଶେଷରେ ହେବ ଗୋଟିଏ ପରୀକ୍ଷା

 Breaking News

ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍, ଆଉ ହେବନି ସମ୍ମେଟିଭ୍, ବର୍ଷ ଶେଷରେ ହେବ ଗୋଟିଏ ପରୀକ୍ଷା

ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍, ଆଉ ହେବନି ସମ୍ମେଟିଭ୍, ବର୍ଷ ଶେଷରେ ହେବ ଗୋଟିଏ ପରୀକ୍ଷା
May 24
17:47 2023

ଭୁବନେଶ୍ବର,୨୪/୫: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏହା ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ପରୀକ୍ଷାରେ ସାମିଲ ହେବାକୁ ଚାହୁଁଥିବା ପିଲାମାନଙ୍କୁ ଏଥିପାଇଁ ମେ’ ୨୬ରୁ ଜୁନ୍ ୧ ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶ୍ରୀ ହାଜରା କହିଛନ୍ତି ଯେ, ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ପୂର୍ବ ପ୍ରଚଳିତ ୨ଟି ସମ୍ମେଟିଭ୍ ପରୀକ୍ଷା ଆଉ କରାଯିବ ନାହିଁ। କେବଳ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ। ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ। ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ବାର୍ଟରରେ ଜାରି ରହିବ। ସେହିପରି ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ, କୋଭିଡ-୧୯ ସମୟରେ ୨୦୨୦ ମାଟ୍ରିକ୍ ପରୀକ୍ଷା ସଂପୂର୍ଣ୍ଣ କରାଯାଇ ପାରି ନଥିଲା। ସେହିଭଳି କରୋନା ସଂକ୍ରମଣ ଯୋଗୁଁ ୨୦୨୧ ମାଟ୍ରିକ ପରୀକ୍ଷା ମଧ୍ୟ ହୋଇପାରି ନଥିଲା। ତେଣୁ ବିକଳ୍ପ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ସଂକ୍ରମଣ ଓ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ମେଟିଭ ପରୀକ୍ଷା ଢାଞ୍ଚା ଆପଣାଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031