Indus Valley Times

ପୂର୍ବତନ ମନ୍ତ୍ରୀ ପଦ୍ମନାଭ ଓ ବିଷ୍ନୁପ୍ରିୟାଙ୍କ ହରଭଙ୍ଗା ବିଜେଡି ନେତୃତ୍ୱଙ୍କ ସହ ଆଲୋଚନା

 Breaking News

ପୂର୍ବତନ ମନ୍ତ୍ରୀ ପଦ୍ମନାଭ ଓ ବିଷ୍ନୁପ୍ରିୟାଙ୍କ ହରଭଙ୍ଗା ବିଜେଡି ନେତୃତ୍ୱଙ୍କ ସହ ଆଲୋଚନା

ପୂର୍ବତନ ମନ୍ତ୍ରୀ ପଦ୍ମନାଭ ଓ ବିଷ୍ନୁପ୍ରିୟାଙ୍କ ହରଭଙ୍ଗା ବିଜେଡି ନେତୃତ୍ୱଙ୍କ ସହ ଆଲୋଚନା
April 24
10:40 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୪ : ଗୁରୁବାର ଅପରାହ୍ନ ପାଞ୍ଚ ଘଟିକା ସମୟରେ ପୁରୁଣାକଟକ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପୂର୍ବତନ ସାଂସଦ ମନ୍ତ୍ରୀ ବିଜୁ ଜନତାଦଳ କନ୍ଧମାଳ ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଏବଂ ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା ହରଭଙ୍ଗା ବ୍ଲକ ବିଜୁ ଜନତାଦଳ ନେତୃ ମଣ୍ଡଳୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଓ ସାଙ୍ଗଠନିକ ଆଲୋଚନା କରିଥିଲେ ।
ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରି ଓଡ଼ିଶାର ହିତ ଏବଂ ଓଡ଼ିଆଙ୍କ ସ୍ୱାର୍ଥପାଇଁ ବିଜୁ ଜନତାଦଳ କୁ ସଙ୍ଗଠିତ ଏବଂ ସୁଦୃଢ କରିବା ପାଇଁ ନିବେଦନ କରିଥିଲେ ।
ଆଜିର ବୈଠକରେ ବ୍ଲକସଭାପତି ପଙ୍କଜ ସାହୁ ବରିଷ୍ଠ ଆଇନଜୀବୀ ରବିଚନ୍ଦ୍ର ପ୍ରଧାନ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ସୁଶାନ୍ତ ପ୍ରଧାନ ସୀତାରାମ ଅଗ୍ରୱାଲା ତ୍ରିବିକ୍ରମ ମହାଙ୍କୁଡ ସଞ୍ଜୟ ଦେହୁରୀ ଜ୍ୟୋତିର୍ମୟ ଦାସ ପ୍ରତିଭା ସାହୁ ନିହାର ଘୋଷ ଅଶୋକ ସେଠି ସୁଜ୍ଞାନ କର୍ଣ୍ଣ ଦିଲୀପ ସାହୁ ପଞ୍ଚାନନ ହୋତା ଅଜିତ ଭୋକ୍ତା ପ୍ରମୁଖଙ୍କ ନେତୃତ୍ୱ ରେ ଅନେକ କର୍ମୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930