Indus Valley Times

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ସମ୍ ଅଲଟିମେଟ୍ ମେଡିକେୟାରରେ ଭର୍ତ୍ତି

 Breaking News

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ସମ୍ ଅଲଟିମେଟ୍ ମେଡିକେୟାରରେ ଭର୍ତ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ସମ୍ ଅଲଟିମେଟ୍ ମେଡିକେୟାରରେ ଭର୍ତ୍ତି
August 17
19:41 2025

ଭୁବନେଶ୍ୱର,୧୭/୮: ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ଯୋଗୁ ସେ ଅପରାହ୍ନ ୫ଟା ୧୫ରେ ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
କିଛି ଦିନ ପୂର୍ବରୁ ମୁମ୍ବାଇର କୋକିଳବେନ ହସ୍ପିଟାଲରେ ଅପରେଶନ କରାଇ ଫେରିଥିବା ନବୀନଙ୍କର ସ୍ୱାସ୍ଥ୍ୟବସ୍ଥା ଆଉ ମଧ୍ୟ ଠିକ ନ ଥିବା ଜଣାପଡ଼ିଛି। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସେ ଅସୁସ୍ଥ ଥିବା କଥା ଜଣାପଡ଼ିଥିଲା, ହେଲେ ସେ ବିଭିନ୍ନ କାର‌୍ୟ୍ୟକ୍ରମରେ ସୁସ୍ଥ ଥିବା ଦାବି କରିଥିଲେ। ତଥାପି, ପରେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଜାରି ରହିଛି। ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଓଡ଼ିଶାରେ ଅନେକ ବିକାଶମୂଳକ କାର‌୍ୟ୍ୟ କରିଛନ୍ତି।
ଏବେ ନିଜର ପ୍ରୀୟନେତାଙ୍କ ଅସୁସ୍ଥତା ଖବର ଶୁଣି ଲୋକେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031