Indus Valley Times

ପୋକା ବାଇଗଣ କେତେ ଆସିବେ କେତେ ଯିବେ, ଦଳକୁ କିଛି ଫରକ ପଡ଼ିବନି

 Breaking News

ପୋକା ବାଇଗଣ କେତେ ଆସିବେ କେତେ ଯିବେ, ଦଳକୁ କିଛି ଫରକ ପଡ଼ିବନି

ପୋକା ବାଇଗଣ କେତେ ଆସିବେ କେତେ ଯିବେ, ଦଳକୁ କିଛି ଫରକ ପଡ଼ିବନି
July 12
17:12 2026

ଭୁବନେଶ୍ୱର, ୧୨/୭ : ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ବିଜେପି ମିଶ୍ରଣକୁ ନେଇ ଏବେ ରାଜ୍ୟ ରାଜନୀତି ଗରମ ହେବାରେ ଲାଗିଛି।
ଏହି କ୍ରମରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଭାତଙ୍କ ଉପରେ ବର୍ଷିବା ସହ ଏକ ବିବାଦୀୟ ବୟାନ ଦେଇଛନ୍ତି। ପ୍ରଭାତ ବିଶ୍ଵାଳଙ୍କୁ ‘ପୋକ ବାଇଗଣ’ ସହ ତୁଳନା କରି ସେ ଦଳ ଛାଡ଼ିବା ଦ୍ଵାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରମିଳା ସ୍ପଷ୍ଟ କରିଛନ୍ତି।
କେତେ ଆସିବେ କେତେ ଯିବେ, ବିଜେଡି ଉପରେ ଫରକ ପଡ଼ିବନି
ପ୍ରଭାତଙ୍କ ଦଳ ବଦଳକୁ ନେଇ ଗଣମାଧ୍ୟମ ପ୍ରତିକ୍ରିୟାରେ ପ୍ରମିଳା ମଲ୍ଲିକ କହିଛନ୍ତି, \”ପ୍ରଭାତ ବିଶ୍ଵାଳ ବିଜେପିରେ ମିଶିଲେ କ’ଣ ସବୁ ଭାସିଗଲା କି? ସେ ହେଉଛନ୍ତି ଗୋଟିଏ ପୋକ ବାଇଗଣ।
ରାଜନୀତିରେ ଏଭଳି କେତେ ଲୋକ ଆସିବେ ଏବଂ କେତେ ଲୋକ ଯିବେ, ସେଥିରେ ଦଳ ଦୁର୍ବଳ ହେବନାହିଁ।\” କଟକ ଜିଲ୍ଲାରେ ବିଜେଡି ପାଖରେ ଆହୁରି ଅନେକ ଦକ୍ଷ ଏବଂ ଭଲ ନେତା ଅଛନ୍ତି, ଯେଉଁମାନେ ସଂଗଠନକୁ ଆଗକୁ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ଦାବି କରିଛନ୍ତି।
ଆଗାମୀ ଦିନରେ ଚୌଦ୍ଵାର-କଟକ ଆସନକୁ ନେଇ ହେବାକୁ ଥିବା ରଣନୀତି ଉପରେ ସୂଚନା ଦେଇ ସେ କହିଛନ୍ତି ଯେ, କାହାକୁ ପ୍ରାର୍ଥୀ କରାଯିବ ତାହା କେବଳ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ସ୍ଥିର କରିବେ। ଦଳକୁ ସୁଦୃଢ଼ କରିବା ପାଇଁ ଯିଏ ଯୋଗ୍ୟ, ତାଙ୍କୁ ହିଁ ନବୀନ ପଟ୍ଟନାୟକ ଟିକେଟ ଦେବେ।
ପ୍ରମିଳାଙ୍କ ଏହି କଡ଼ା ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପ୍ରଭାତ ବିଶ୍ଵାଳଙ୍କ ବିଜେପି ଯାତ୍ରାକୁ ବିଜେଡି ସହଜରେ ଗ୍ରହଣ କରିନାହିଁ ଏବଂ ଆଗାମୀ ଦିନରେ କଟକ ରାଜନୀତିରେ ଲଢ଼େଇ ଆହୁରି ରୋଚକ ହେବାକୁ ଯାଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031