Indus Valley Times

ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିନ୍ଦୁଶ୍ରୀ ମିଶ୍ରଙ୍କ ଅବସର, କଲେଜ ପକ୍ଷରୁ ସମ୍ବର୍ଦ୍ଧିତ

 Breaking News

ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିନ୍ଦୁଶ୍ରୀ ମିଶ୍ରଙ୍କ ଅବସର, କଲେଜ ପକ୍ଷରୁ ସମ୍ବର୍ଦ୍ଧିତ

ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିନ୍ଦୁଶ୍ରୀ ମିଶ୍ରଙ୍କ ଅବସର, କଲେଜ ପକ୍ଷରୁ ସମ୍ବର୍ଦ୍ଧିତ
April 03
10:05 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୩/୪: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ବିନ୍ଦୁଶ୍ରୀ ମିଶ୍ର ତାଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି ।
ତାଙ୍କ ସ୍ଥାନରେ କଲେଜର ନୂତନ ଅଧ୍ୟକ୍ଷା ଭାବରେ ଡକ୍ଟର ଶ୍ରୀମତି ପୂର୍ଣ୍ଣିମା ନାୟକ କଲେଜର ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ବିଦାୟ କାଳୀନ ସଭାରେ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ପ୍ରାକ୍ତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଉତର ଓଡିଶାର ପ୍ରାକ୍ତନ କୂଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଓ କଲେଜର ଅଧ୍ୟାପକ, ପ୍ରାଧ୍ୟାପକଙ୍କ ସମେତ କର୍ମଚାରି ଉପସ୍ଥିତ ଥିଲେ ।
କଲେଜ ପରିସରରେ ଥିବା ପ୍ରାଣନାଥ କଲେଜର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଉଭୟେ ବିଦାୟୀ ଓ ନୂତନ ଅଧ୍ୟକ୍ଷା ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।
କଲେଜର ଏନ.ସି.ସି ଛାତ୍ରଛାତ୍ରୀ, ଓ ସହଯୋଗୀ କର୍ମଚାରୀ ନୂତନ ଅଧ୍ୟକ୍ଷା ପୂର୍ଣିମା ନାୟକଙ୍କୁ ସ୍ବାଗତ କରିବା ସହ କଲେଜର ଉତୋରତର ଉନ୍ନତି କାମନା କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ସୁବୋଧ କୁମାର ଜଗଦ୍ଦେବ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031