Indus Valley Times

ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା: ବଳଦ ହୋଇ ଚଷିବା ଘଟଣାରେ ପ୍ରଶାସନିକ ତଦନ୍ତ ଆରମ୍ଭ

 Breaking News

ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା: ବଳଦ ହୋଇ ଚଷିବା ଘଟଣାରେ ପ୍ରଶାସନିକ ତଦନ୍ତ ଆରମ୍ଭ

ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା: ବଳଦ ହୋଇ ଚଷିବା ଘଟଣାରେ ପ୍ରଶାସନିକ ତଦନ୍ତ ଆରମ୍ଭ
July 12
17:43 2025

ରାୟଗଡା, ୧୨/୭ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଞ୍ଜାମଯୋଡ଼ି ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ବଳଦ କରି ଜମି ଚାଷ କରେଇବା ସହ ବେତରେ ଆଘାତ କରିବା ଏବଂ କଙ୍ଗାରୁକୋର୍ଟରେ ଗ୍ରାମବାସୀଙ୍କ ଦ୍ୱାରା ନିର‌୍ୟ୍ୟାତନା ଦିଆ ଯିବା ଘଟଣାରେ ଶନିବାର ପ୍ରଶାସନ ଆକ୍ସନ ମୁଡ କୁ ଆସିଛି ।ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ନିନ୍ଦା କରିବା ସହ ରାୟଗଡା ଉପଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯିବ । ଏହି ଟିମ୍‌ରେ କଲ୍ୟାଣସିଂହପୁର ବିଡିଓ,ତହସିଲଦାର,ସିଡିପିଓ ଓ ସମାଜ ମଙ୍ଗଳ ଅଧିକାରୀ କଞ୍ଜାମଯୋଡ଼ି ଗ୍ରାମକୁ ଯାଇ ତଦନ୍ତ କରିବେ ଏବଂ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ,ପିଉସୀ ଓ ପୁତୁରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ବିରୋଧ କରି ଗତ ୯ ତାରିଖରେ କଞ୍ଜାମଯୋଡ଼ି ଗ୍ରାମବାସୀ ଦୁଇ ପ୍ରେମୀ ଯୁଗଳଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହ ବେକରେ ଲଙ୍ଗଳ ଲଗାଇ ଜମିରେ ଚାଷ କରାଇଥିଲେ । ଯାହା ମାନବଅଧିକାରକୁ କ୍ଷୁର୍ଣ୍ଣ କରିଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଥିଲା ।
ଏହି ଘଟଣାକୁ ଗ୍ରାମର ଲୋକେ ଅତି ସାଧାରଣ ଭାବେ ଗ୍ରହଣ କରିଥିବା ବେଳେ ଏହା ଆମ ଆଦିବାସୀ ପରମ୍ପରା ବୋଲି ପ୍ରକାଶ କରିଥିଲେ । ଏଥିସହ ଏମିତି ହଳ ବୁଲାଇଲେ ଗାଁରେ କେବେ ବିପତ୍ତି ଆସିବ ନାହିଁ ଓ ଭଲ ଫସଲ ହେବ ବୋଲି ମତ ଦେଇଥିଲେ।
ତେବେ ଏହି ଘଟଣା ପ୍ରଥମେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦେଶ ଦିଆଯାଇଛି। ଏହି ତଦନ୍ତକାରୀ ଟିମ୍ ଗ୍ରାମକୁ ଯାଇ ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁଲିସର ପ୍ରାରମ୍ଭିକ ସୂତ୍ରରୁ ଜଣାଯାଇଛି ୬ ଜଣଙ୍କ ସହ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ସହ ପ୍ରେମୀ ଯୁଗଳଙ୍କ ଅବସ୍ଥିତି ନେଇ ପୁଲିସ ଓ ପ୍ରଶାସନ ଛାନଭିନ୍ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031