Indus Valley Times

ପ୍ରେମିକାକୁ ପାଇବା ପାଇଁ ପିଲା ଚୋରି କରି ଧରା ପଡ଼ିଲା ଅଭିଯୁକ୍ତ

 Breaking News

ପ୍ରେମିକାକୁ ପାଇବା ପାଇଁ ପିଲା ଚୋରି କରି ଧରା ପଡ଼ିଲା ଅଭିଯୁକ୍ତ

ପ୍ରେମିକାକୁ ପାଇବା ପାଇଁ ପିଲା ଚୋରି କରି ଧରା ପଡ଼ିଲା ଅଭିଯୁକ୍ତ
May 11
16:56 2026

ମାଲକାନଗିରି, ୧୧/୫ : ପ୍ରେମ କଲା ବାୟା । ପ୍ରେମିକାକୁ ଫେରିପାଇବାକୁ ବିଚରା ପ୍ରେମିକ ଏମିତି କିଛି କଲା ଯାହା ହେଲା ବୁମେରାଂ। ପ୍ରେମ ଓ ପ୍ରେମିକା ପାଇଁ ପ୍ରେମିକ ହରବର ହେବା ଘଟଣା ମାଲକାନଗିରି ଜିଲ୍ଲାରେ ଆଲୋଚନାର ଖୋରାକ୍ ହୋଇଛି।
କଥାରେ ଅଛି ପ୍ରେମଟା ସବୁବେଳେ ଅନ୍ଧ। ତାହା ଦେଖେନି ବୟସ, ସୀମା, ସାମାଜିକ କଟକଣା କିମ୍ବା ପ୍ରତିବନ୍ଧକ। ଠିକ ସେମିତି ଜଣେ ଯୁବକ ବିବାହିତ ପ୍ରେମିକାକୁ ପ୍ରେମ କଲା । କିନ୍ତୁ ବିଚ୍ଛେଦ ସହି ପାରିଲାନି। ପ୍ରେମିକାକୁ ପାଖକୁ ଟାଣି ନେବାକୁ ଯେଉଂ ଉପାୟଟି କଲା ସେଥିରେ ନିର୍ଘାତ ମାଡ଼ ଖାଇଲା। ଘଟମାଟି ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଏମଭି ୧୧୪ ଗ୍ରାମରେ ଘଟିଛି। ତେବେ ଆରମ୍ଭ ର ସମୟ ନିର୍ଦ୍ଦିଷ୍ଟ ଭାବରେ ଜଣା ନଥିଲେ ବି ବର୍ଷେ ଦୁଇ ବର୍ଷ ତଳର।
ଏହି ଗାଁର ଜଣେ ବିବାହିତ ମହିଳାଙ୍କୁ ମନ ଦେି ବସିଥିଲେ ଏମଭି ୬୦ ଗ୍ରାମର ସୁବ୍ରତ ମଣ୍ଡଳ ନାମକ ଯୁବକ। ଆନ୍ଧ୍ରପ୍ରଦେଶରେ କାମ କରିବା ବେଳେ ସୁବ୍ରତଙ୍କର ସେହି ମହିଳାଙ୍କ ସହ ଦେଖା ସାକ୍ଷାତ ହୋଇଥିଲା। ଉଭୟ ଗୋଟିଏ ସ୍ଥାନରେ କାମ କରୁଥିଲେ। ଚିହ୍ନା ପରିଚୟରୁ ସଂପର୍କ ବଢ଼ିଲା। ଆଉ ତାହା ପ୍ରେମରେ ବଦଳିଗଲା।
ଯୁବକଜଣକ ଅବିବାହିତ ଥିଲେ ବିବାହିତା ମହିଳାଙ୍କୁ ମନ ଦେଇ ବସିଥିଲେ। ତେବେ ପ୍ରେମରେ ବିଚ୍ଛେଦ ଘଟିଲା ଯେତେବେଳେ ମହିଳା ଜଣକ ନିଜ ଗାଁକୁ ଫେରି ଆସିଲେ। ବିଚରା ପ୍ରେମିକ ଜଣକ ପ୍ରେମିକା ସହ ଯୋଗାଯୋଗ ରଖି ପାରିନଥିଲେ।
ଏପଟେ ମହିଳା ଆଉ କାମକୁ ଫେରି ନଥିଲେ। ବିଚ୍ଛେଦ ଅସହ୍ୟ ହେବାରୁ ପ୍ରେମିକ ଜଣକ ଏକ ଉପାୟ ପାଞ୍ଚିଲେ। ପ୍ରେମିକା ମହିଳାଙ୍କୁ ଶିଶୁ ପୁତ୍ରକୁ ଅପହରଣ କରିବାକୁ ସ୍ଥିର କଲେ । ଏହାଦ୍ୱାରା ପ୍ରେମିକା ତାଙ୍କ ପାଖକୁ ଫେରିବେ ବୋଲି ଭାବିଥିଲେ ଯୁବକ। କିନ୍ତୁ ଭାବନା ଓ ଉଦ୍ୟମ ସବୁ ବଦଳି ଗଲା ଭୁଲ୍ ରେ।
ପ୍ରେମିକ ସୁବ୍ରତ ମଣ୍ଡଳ ଚୋରି କରିବାକୁ ଯାଇ ବଡ଼ ଭୁଲ୍ କରି ବସିଥିଲେ। ଭୋର ସମୟରେ ଅଭିଯୁକ୍ତ ଯୁବକ ଏମଭି ୧୧୪ ଗ୍ରାମକୁ ଆସି ପ୍ରେମିକ ମହିଳାଙ୍କ ଶିଶୁ ପୁତ୍ର ବଦଳରେ ପଡୋଶୀ ଘରର ଜଣେ ୫ ବର୍ଷର ପୁଅକୁ ଅପହରଣ କରି ନେଇଯାଇଥିଲେ।
ଗ୍ରାମବାସୀ ଏହା ଜାଣି ପାରି ଚୋରର ପିଛା କରି ଗାଁ ନିକଟରୁ ଶିଶୁ ପୁତ୍ର ଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଅନ୍ୟ ପକ୍ଷରେ ପିଲା ଚୋରକୁ ଖୁଣ୍ଟରେ ବାନ୍ଧି ପୋଲିସ ଜିମା ଦେଲେ ଗାଁ ଲୋକ । ଖବର ପାଇ ସୋମବାର ସକାଳେ ମୋଟୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚୁରା କରୁଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031