Legatus

ପ୍ରୋତ୍ସାହନ ଅଭାବ ଯୋଗୁଁ ପିଆଜ ଚାଷ ପ୍ରତି ମୁ୍‌ହଁ ଫେରାଉଛନ୍ତି ଚାଷୀ

 Breaking News

ପ୍ରୋତ୍ସାହନ ଅଭାବ ଯୋଗୁଁ ପିଆଜ ଚାଷ ପ୍ରତି ମୁ୍‌ହଁ ଫେରାଉଛନ୍ତି ଚାଷୀ

November 28
12:30 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୧୧: ବୌଦ୍ଧ ଜିଲ୍ଲାର ଚାଷୀମାନେ ଉନ୍ନତ ମାନର ପିଆଜ ଉତ୍ପାଦନ କରି ବାହାର ରାଜ୍ୟକୁ ରତ୍ପାନୀ କରୁଥିବା ବେଳେ ଏବେ ଜିଲ୍ଲାବାସୀଙ୍କ ପାଇଁ ପିଆଜ ସ୍ୱପ୍ନ ହୋଇ ପଡିଛି । ଜିଲ୍ଲାରେ ପିଆଜ ଗବେଷଣା କେନ୍ଦ୍ର ରହିଥିଲେ ମଧ୍ୟ ଚାଷ ପାଇଁ ଚାଷୀ ମନ ବଳାଉ ନାହାନ୍ତି ।
ବିଭିନ୍ନ ସମୟରେ ପିଆଜ ଦରକୁ ନେଇ ଖାଉଟି ଚିନ୍ତାରେ ପଡିଯାଇଛି । ପିଆଜ ଚାଷ ନେଇ ଦିନେ ବୌଦ୍ଧ ଜିଲ୍ଲା ରାଜ୍ୟ ତଥା ଦେଶରେ ନାଁ କରିଥିବାବେଳେ ଏବେ କିନ୍ତୁ ଚାଷୀ ଆଉ ପିଆଜ ଚାଷ କରିବାକୁ ମନ ବଳାଉନଥିବା ସରକାରଙ୍କର ଉଦ୍ୟମପ୍ରତି ଉପହାସ ପାଲଟିଛି ।
ବୌଦ୍ଧ ଜିଲ୍ଲାର ପିଆଜର ମାନ ଉନ୍ନତ ଥିବାରୁ ଏହାର ଚାହିଦା ଖୁବ ବେଶୀ ଥିଲା । ପିଆଜ ଚାଷ ନେଇ ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପିଆଜ ରତ୍ପାନୀ ଆରମ୍ଭ କରାଯିବା ନେଇ ବାହାବା ନେଉଥିବା ବେଳେ ଏବେ ସେସବୁର ଗୁମୁର ଫିଟୁଛି ।
ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ପିଆଜ ଘର ଆଦି ଯୋଗାଇ ଦିଆଯିବା ପ୍ରଚାର କରାଯାଉଥିବା ବେଳେ ପ୍ରକୃତରେ ସେସବୁ ଖର୍ଚ୍ଚ ଓ କାମ କେବଳ କାଗଜ କଲମରେ କରାଯାଇଥିବାରୁ ଜିଲ୍ଲାରେ ଏବେ ପିଆଜ ଚାଷ ଫେଲ ମାରିବା ଅଭିଯୋଗ ହେଉଛି । ପିଆଜ ଦର ଜିଲ୍ଲାରେ ବର୍ତମାନ ୬୦ ରୁ ୭୦ ଟଙ୍କା ଥିବା ବେଳେ ବାଧ୍ୟ ହୋଇ ଲୋକମାନେ କିଣୁଛନ୍ତି ।
ଜିଲ୍ଲାର ପିଆଜ ରାଜ୍ୟ ଓ ଦିଲ୍ଲୀ ଦରବାରରେ ନାଁ କରିଥିବା ବେଳେ ଆଜି ଜିଲ୍ଲାର ଖାଉଟି ମଧ୍ୟ ପିଆଜ ଦର ନେଇ ଚିନ୍ତାପ୍ରକଟ କରିଛନ୍ତି ସିନା ଚାଷ କରିବାକୁ ମନ ବଳାଉନଥିବା ଦେତ୍କବାକୁ ମିଳୁଛି । ଗତ ୨୦୧୨ ମସିହାରେ ଉଦ୍ୟାନ ବିଭାଗ ଓ ପ୍ରଶାସନର ସହାୟତାରେ ୩ ଗୋଟି ଟ୍ରକରେ ଦିଲ୍ଲୀକୁ ପିଆଜ ପଠାଯାଇଥିଲା ।
ପିଆଜ ରପ୍ତାନୀ କରୁଥିବା ବେଳେ ଆଜି ଜିଲ୍ଲାବାସୀ ପିଆଜ ପାଇଁ ଆଖିରୁ ଲୁହ ବାହାରୁଛି । ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ପିଆଜ ସଂଗ୍ରହ କରି ରଖିବା ପାଇଁ ନିର୍ମାଣ କରାଯାଇଥିବା ପିଆଜ ଘର ଆଜି ଅନାବଶ୍ୟକ ହୋଇପଡିଛି ।
କେହି କେହି ପିଆଜ ଘର ସବୁକୁ କୁକୁଡା ଘର ଭାବେ ବ୍ୟବହାର କରୁଛନ୍ତି । ପିଆଜ ଚାଷ ପାଇଁ ଜିଲ୍ଲାର ମାଟି, ଜଳବାୟୁ ଓ ପରିବେଶ ଅନୂକୂଳ ରହିଥିବା ବେଳେ ବିଭାଗ ପକ୍ଷରୁ ଚାଷୀଙ୍କୁ ଠିକ ଭାବେ ପ୍ରତ୍ସାହନ, ସହଯୋଗ, ସହାୟତା , ପ୍ରଶିଷଣ ଦିଆନଯିବାରୁ ପିଆଜ ଚାଷରୁ ଚାଷୀ ମୁହଁ ଫେରାଇ ନେଇଛନ୍ତି ।
ଏପରିକି ଚାଷୀଙ୍କୁ ନିମ୍ନମାନର ବିହନ ଓ ସାର ଯୋଗାଇ ସିଧାସଳଖ ଠକେଇ କରାଯିବା ପରେ ଚାଷୀମାନେ ପିଆଜ ଚାଷ ବନ୍ଦ କରିଦେଇଛନ୍ତି । ବର୍ତ୍ତମାନ ସମୟରେ ଉନ୍ନତ ମାନର ବିହନ ଅଭାବ , ସରକାରୀ ପ୍ରଶିକ୍ଷଣ ଓ ସହଯୋଗ ଅଭାବ ରହିଥିବା ଯୋଗୁଁ ଚାଷୀମାନେ ପିଆଜ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ।
ବର୍ତ୍ତମାନ ସମୟରେ ଜିଲ୍ଲାରେ ବହୁତ କମ ପରିମାଣରେ ପିଆଜ ଚାଷ କରାଯାଉଛି । ଯାହାଫଳରେ ଜିଲ୍ଲାର ଖାଉଟିମାନେ ଆବଶ୍ୟକ ପରିମାଣର ପିଆଜ ପାଇପାରୁନାହାନ୍ତି । ଚଳିତ ବର୍ଷ ଜିଲ୍ଲାରେ ଦୁଇ ଶହ ହେକ୍ଟର ଚାଷ ଜମିରେ ପିଆଜ ଚାଷ ପାଇଁ ବିହନ ଯୋଗାଇ ଦିଆଯାଇଛି । ଜିଲ୍ଲାରେ ୧୧୪୪୮ ମାଟ୍ରିକଟନ ପିଆଜ ଉତ୍ପାଦନ କରାଯାଉଛି ।
ଜିଲ୍ଲାରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ଚାଷୀ ପିଆଜ ଚାଷ କରୁଛନ୍ତି । ସେଥିମଧ୍ୟରୁ ବୈାଦ୍ଧବ୍ଲକରେ ୫.୫ କ୍ୱିଣ୍ଟାଲ ବିହନ, କଣ୍ଟାମାଳ ବ୍ଲକରେ ୮ କ୍ୱିଣ୍ଟାଲ ବିହନ ଓ ହରଭଙ୍ଗା ବ୍ଲକରେ ୬.୫ କ୍ୱିଣ୍ଟାଲ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ଉଦ୍ୟାନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବୈାଦ୍ଧବ୍ଲକରୁ ୩୪୯୪ ମେଟ୍ରିକଟନ ପିଆଜ ଉତ୍ପାଦନ ହେଉଥିବା ବେଳେ କଣ୍ଟାମାଳବ୍ଲକରେ ୩୩୭୪ ମେଟ୍ରିକଟନ ଓ ହରଭଙ୍ଗା ବ୍ଲକରେ ୪୫୮୦ ମେଟ୍ରିକଟନ ପିଆଜ ଉତ୍ପାଦନ ହେଉଛି ବୋଲି ସରକାରୀ ତଥ୍ୟ କହୁଥିବାବେଳେ ବାସ୍ତବରେ କିନ୍ତୁ ଏହାଠାରୁ କମ୍ ପିଆଜ ଆମଦାନୀ ହେଉଛି ବୋଳି ଚାଷୀ ଅଭିଯୋଗ କରିଛନ୍ତି ।
ବୈାଦ୍ଧ ଭଳି ଏକ କୃଷି ପ୍ରଧାନ ଜିଲ୍ଲାରେ ଏତେକମ ମାତ୍ରାରେ ଚାଷୀ ପିଆଜ ଚାଷ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜିଲ୍ଲାର ଚାଷୀମାନଙ୍କୁ ପିଆଜ ଚାଷ ପ୍ରତି ପ୍ରତ୍ସାହନ ଯୋଗାଇ ଦିଆଯାଉ ନଥିବାରୁ ଚାଷୀମାନେ ପିଆଜ ଚାଷ ପ୍ରତି ବିମୁଖ ହେଉଥିବାର ଅଭିଯୋଗ ହେଉଛି ।
ଏପରିକି ପିଆଜ ଚାଷ କରୁଥିବା ପ୍ରକୃତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ମିଳୁନଥିବାରୁ ଚାଷୀମାନେ ଆସ୍ତେ ଆସ୍ତେ ପିଆଜ ଚାଷ ଠାରୁ ଦୂରେଇ ଯିବା ଏକ ପ୍ରମୁଖ କାରଣ ହୋଇଛି । ପ୍ରକୃତ ଚାଷୀଙ୍କୁ ପିଆଜ ଘରପାଇଁ ସରକାରଙ୍କ ପକ୍ଷରୁ ସହାୟତା ମିଳୁ ନଥିବା ସ୍ଥଳେ ଅନେକ ଅଣଚାଷୀ କଳେବଳେ ପିଆଜ ଘର ସହାୟତା ପାଇଛନ୍ତି । ଗତ କିଛି ବର୍ଷ ତଳେ ବୈାଦ୍ଧ ଜିଲ୍ଲାରୁ ଦିଲ୍ଲୀକୁ ପିଆଜ ପଠାଯାଇଥିବା ଦର୍ଶାଯିବା ପରେ ସରକାରଙ୍କ ପକ୍ଷରୁ ଅଧିକ ଅନୁଦାନ ମଧ୍ୟ ଆସିଥିଲା ।
ମାତ୍ର ସେସବୁରି ଖର୍ଚ୍ଚ କେବଳ କାଗଜ ପତ୍ରରେ ହେବା ଫଳରେ ପିଆଜ ଚାଷ କରୁଥିବା ଚାଷୀ ଏବେ ସେଥିରୁ ମୁହଁ ଫେରାଇ ନେଇଛନ୍ତି । ଜିଲ୍ଲାରେ ପିଆଜ ଚାଷର ଉନ୍ନତି ପାଇଁ କୃଷି ବିଭାଗ ପ୍ରଚୁର ପରିମାଣରେ ଚାଷୀଙ୍କୁ ସହାୟତା , ପ୍ରଶିକ୍ଷଣ ଦେବା ସହ ପିଆଜ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ ଉତ୍ପାଦିତ ପିଆଜକୁ ସାଇତି ରଖିବା ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରାଗଲେ ଚାଷୀ ପିଆଜ ଚାଷ ପ୍ରତି ଆଗ୍ରହ ଦେଖାଇବେ ବୋଲି କୃଷିବିତ୍ ମତ ପ୍ରକାଶ କରିଛନ୍ତି ।
ବୌଦ୍ଧ ମହାନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
ବୌଦ୍ଧ, ୨୮/୧୧: ବୌଦ୍ଧ ସହରର ମହାନଦୀର ମାଳିସାହି ଘାଟରେ ରବିବାର ଦିନ ଜଣେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତ ମହିଳା ଜଣକ ବୌଦ୍ଧ ଥାନା କଣ୍ଟୁଆଣୀ ଗ୍ରାମର ରୁପା କୁମ୍ଭାର(୭୫) ବୋଲି ଜଣାପଡିଛି ।
ସେ ଗତ ଶନିବାରଦିନ ସେ ଘରୁ ମନ୍ଦିର ଯିବାକୁ ଆସିଥିଲେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଆଉ ଫେରିନଥିଲେ । ରବିବାର ଦିନ ମହାନଦୀରେ ଶବ ଭାସୁଥିବା ଖବର ପାଇ ମୃତକର ପରିବାର ଲୋକ ମଧ୍ୟ ମହାନଦୀକୁ ଦେଖିବାକୁ ଆସିଥିଲେ । ଶବଟି ରୁପାର ବୋଲି ପରିବାର ଲୋକ ଚିହ୍ନିଥିଲେ । ଘଟଣା ସ୍ଥୂଳରେ ବୌଦ୍ଧ ପୁଲିସ ପହଞ୍ଚ ଶବକୁ ପାଣିରୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ଜଣାପଡିଛି ।
ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ
ବୌଦ୍ଧ,୨୮/୧୧: ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅଫିସର ମିଟିଙ୍ଗ ହଲ୍ ଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ପ୍ୟାନେଲ ଓକିଲ ଏବଂ ସ୍ୱେଚ୍ଚାସେବୀ ମାନଙ୍କୁ ନେଇ ସାମ୍ଭିଧାନିକ ଦିବସ ପାଳନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସାସ୍ୱତି ମିଶ୍ର ସମ୍ଭିଧାନର ଗଠନ, ମହତ୍ୱ ଏବଂ ବିଭିନ୍ନ ଦିଗ ଉପରେ ସମସ୍ତଙ୍କୁ ଆଲୋକପାତ କରିଥିଲେ ।
ଏହା ସହିତ ପ୍ୟାନେଲ ଓକିଲ ମାନେ ଆମ୍ଭ ସମ୍ଭିଧାନ ଉପରେ ତାଙ୍କର ନିଜ ନିଜ ବକ୍ତବ୍ୟ ରଖିଲେ । ଶେଷରେ ଆମ୍ଭ ଦେଶ ଏବଂ ଏହାର ସମ୍ଭିଧାନକୁ ସମ୍ମାନ ଜଣେଇବା ପାଇଁ ଏହାର ପ୍ରାରମ୍ଭ ପାଠ କଲେ ଯାହାଦ୍ୱାରା ଆମ୍ଭ ମନରେ ଦେଶ ଏବଂ ସମ୍ଭିଧାନପ୍ରତି କର୍ତବ୍ୟ ଜାଗ୍ରତ ହେବ ।
ତୈଳିକ ବୈଶ୍ୟ ସମାଜ ର ବୋଇତ ବନ୍ଦାଣ ଉତ୍ସବ ପାଳିତ
ବୌଦ୍ଧ;୨୮/୧୧: ଉତ୍କଳୀୟ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖି ତୈଳିକ ବୈଶ୍ୟ ସମାଜ ତରଫରୁ ମହାନଦୀ ଆଳତୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଯାଇଛି। ସମାଜ ର ସଭାପତି ଶଙ୍କର୍ଷଣ ସାହୁଙ୍କ ନେତୃତ୍ୱରେ ଓ ସମ୍ପାଦକ ବିଜୟ କୁମାର ସାହୁ ଙ୍କ ସଂଯୋଜନାରେ ସମାଜ ର ସମସ୍ତ ପରିବାର ର ଝିଅ ବୋହୂ ମିଶି ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ।
ଏକ ବିରାଟ ବୋଇତ ପ୍ରସ୍ତୁତ କରି ପାନ ଗୁଆ, ଶସ୍ୟ ଧୂପ ଦୀପ ସହ ଶୁଭ ନାରିକେଳ ର ଜଳ ଢାଳି ହୁଳହୁଳି ଘଣ୍ଟ ଶଙ୍ଖ ନାଦ କରି ବୋଇତ ବନ୍ଦାଣ କରିଥିଲେ। ପ୍ରକାଶ ଥାଉକି ଉକ୍ତ କାର୍ଯ୍ୟକ୍ରମ ୨୦୧୫ ମସିହାରୁ ଅନବରତ ଭାବେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଉଛି । କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ,ସନାତନ ସାହୁ ,ଶତ୍ରୁଘ୍ନ ସାହୁ, ଅର୍ଜ୍ଜୁନ ସାହୁ ଆଶୋକ ସାହୁ କାର୍ଯ୍ୟକ୍ରମ ପରିଚାଳନା କରି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31