Indus Valley Times

ବଘିଆପଡା ଗ୍ରାମ ପଞ୍ଚାୟତ ଗସ୍ତରେ ଜିଲ୍ଲାପାଳ, ବିଭିନ୍ନ ପ୍ରକଳ୍ପର କଲେ ପରିଦର୍ଶନ

 Breaking News

ବଘିଆପଡା ଗ୍ରାମ ପଞ୍ଚାୟତ ଗସ୍ତରେ ଜିଲ୍ଲାପାଳ, ବିଭିନ୍ନ ପ୍ରକଳ୍ପର କଲେ ପରିଦର୍ଶନ

ବଘିଆପଡା ଗ୍ରାମ ପଞ୍ଚାୟତ ଗସ୍ତରେ ଜିଲ୍ଲାପାଳ, ବିଭିନ୍ନ ପ୍ରକଳ୍ପର କଲେ ପରିଦର୍ଶନ
November 05
15:42 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୧୧ : ମଙ୍ଗଳବାର ଅପରାନ୍ହ ୪ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତକୁ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ନାୟକ କନକ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗ୍ରାମରେ ହୋଇଥିବା ଏକ କଂକ୍ରୀଟ ରାସ୍ତା କାମ ଦେଖିଥିଲେ ।
ସେହିପରି ଏରେଡା ଗ୍ରାମରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ନିର୍ମିତ ଜଣେ ହିତାଧିକାରୀଙ୍କ ଗୁହାଳ ଘର ଦେଖିଥିଲେ ।
ମେଣ୍ଢାମାଲ ଏସସି ଏସଟି ବିଭାଗ ପରିଚାଳିତ ହାଇସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ତାମ୍ବିଦରହ ଠାରେ ଥିବା ଭଗ୍ନ ପ୍ରାୟ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ।
ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯୁଗଳ କିଶୋର ବିଶ୍ୱାଳ ଓ ସମ୍ପୃକ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930