Indus Valley Times

ବଡ ଅଘଟଣର ପ୍ଲାନ ରଚିଥିଲେ,ପଣ୍ଡ କଲେ ସୁରକ୍ଷାବାହିନୀ

 Breaking News

ବଡ ଅଘଟଣର ପ୍ଲାନ ରଚିଥିଲେ,ପଣ୍ଡ କଲେ ସୁରକ୍ଷାବାହିନୀ

November 29
18:10 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ, ୨୯/୧୧ : ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯବାନ ଓ ଅଞ୍ଚଳବାସୀ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ମିଳିଲା ବିସ୍ଫୋରକ ସାମଗ୍ରୀ। ମାଟି ତଳେ ବିସ୍ଫୋରକ ସାମଗ୍ରୀ ପୋତା ଯାଇଥିଲା। ବିସ୍ଫୋରଣ ପୂର୍ବରୁ ମାଟି ଖୋଳି ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି ଡିଭିଏଫ୍ ଯବାନ ଓ ବମ୍ ସ୍କ୍ୱାର୍ଡ। ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସ୍‌ପି ନାଗରାଜ ଦେବରକୋଣ୍ଡା।
ମନମୁଣ୍ଡା ଥାନା କନାଗୁଡା ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଥିବା ସୂଚନା ମିଳିଥିଲା। ଏହା ପରେ ଡିଭିଏଫ୍ ଯବାନମାନେ କମ୍ୱିଂ ଅପରେସନରେ ଯାଇଥିଲେ। କନାଗୁଡ଼ା ଗାଁଠାରୁ ୫୦୦ ମିଟର ଦୂରରେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ବିସ୍ଫୋରକ ସାମଗ୍ରୀ ଠାବ ହୋଇଥିଲା। ବଡ଼ ଧରଣ ଦୁର୍ଘଟଣା ଘଟାଇବା ପାଇଁ ନକ୍ସଲମାନେ ମାଟି ତଳେ ବିସ୍ଫୋରକ ସାମଗ୍ରୀ ପୋତି ରଖିଥିଲେ।
ଯବାନ ଓ ବମ୍ ସ୍କ୍ୱାର୍ଡ ମିଳିତ ଭାବେ ଅତି ସତର୍କତାର ସହ ମାଟି ଖୋଳି ଏକ ଡ୍ରମ୍‌ରେ ଭର୍ତ୍ତି ହୋଇଥିବା ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ। ଯେଉଁଥିରେ ୨୩୦ଟି ଜିଲୋଟିନ୍ ଷ୍ଟିକ୍ ସମେତ ୧ ମିଟର ସେଫଟି ଫ୍ୟୁଜ୍‌, ବ୍ୟାଟେରୀ ୫ଟି, ମାଓ ୟୁନିଫର୍ମ ଓ ବହୁ ମାଓ ସାମଗ୍ରୀ ଥିଲା। ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସ୍‌ପି ନାଗରାଜ ଦେବରକୋଣ୍ଡା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930