Indus Valley Times

ବଡଦିନ ପାଇଁ କନ୍ଧମାଳରେ ବ୍ୟାପକ ପ୍ରସ୍ତୁତି: ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ପ୍ରଶାସନକୁ ଅନୁରୋଧ

 Breaking News

ବଡଦିନ ପାଇଁ କନ୍ଧମାଳରେ ବ୍ୟାପକ ପ୍ରସ୍ତୁତି: ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ପ୍ରଶାସନକୁ ଅନୁରୋଧ

December 18
10:35 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୧୨: ଆଉ କେଇଟା ଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସମଗ୍ର କନ୍ଧମାଳ ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ ପାଳନ ପାଇଁ ଏବେଠାରୁ ନିଜ ଘରକୁ ସଜ୍ଜିତ କରିବା ସହ ନୂଆ ପୋଷାକ କିଣିବା, ପିଠାପଣା ପାଇଁ ରାସନ ସାମଗ୍ରୀ ସଂଗ୍ରହ ଆଦି କରିବା ଆରମ୍ଭ ହେଲାଣି। ତେବେ ସାମ୍ପ୍ରଦାୟିକ ଶାନ୍ତି ସଦ୍‌ଭାବନାରେ ଏହି ପର୍ବ କିଭଳି ପାଳନ କରାଯାଇପାରିବ ସେନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତି ବ୍ଲକ ସ୍ତରୀୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
ଏ ନେଇ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ଏସଡିପିଓ କମଳ କୁମାର ପଣ୍ଡା, ବିଡ଼ିଓ ପ୍ରୀତିରଞ୍ଜନ ରଥ, ଆଇଆଇସି ଅଶୋକ କୁମାର ହାଁସଦା ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ବିଭିନ୍ନ ସମ୍ପ୍ରଦାୟ, ବଣିକ ସଙ୍ଘ, ହୋଟେଲ ସଙ୍ଘ, ଚର୍ଚ୍ଚର ପାଳକ, ପ୍ରୀଷ୍ଟମାନେ ଯୋଗ ଦେଇଥିଲେ।
ଦାରିଙ୍ଗବାଡି ଅଞ୍ଚଳରେ ବଡ଼ ଧୂମଧାମରେ ଏହି ପର୍ବ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା।
ପାଳକ ସୁନୀଲ କୁମାର ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲିକ, ବଣିକ ସଙ୍ଘ ସଭାପତି ଲଡ଼ୁ କିଶୋର ସାହୁ, ଚର୍ଚ୍ଚ ଫାଦର ମୁକୁନ୍ଦ ବଳିୟାର ସିଂ ପ୍ରମୁଖ ଯୋଗଦେଇ ଏହି ପର୍ବ ପାଳନ ସମ୍ପର୍କରେ ମତ ପ୍ରକାଶ କରିଥିଲେ।
ସେହିପରି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଇଛି ସେହିପରି ମଦ୍ୟପଙ୍କ ଦ୍ରୁତଗତି ଗାଡିଚାଳନା ଓ ବାଇକ ଚାଳକଙ୍କ ଅମାନିଆ ଗାଡି ଚାଳନାକୁ ରୋକିବାକୁ ସ୍ଥାନୀୟ ଲୋକ ପୋଲିସକୁ ନିବେଦନ କରିଥିଲେ। ବଡଦିନ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ମଧ୍ୟ ଗାଡି ଦୁର୍ଘଟଣାକୁ ରୋକିବାକୁ ପଦକ୍ଷେପ ନେବାକୁ ଗୁରୁତ୍ୱ ପାଇଁ ବୈଠକରେ କଥା ଉଠିଥିଲା।
ଏହାକୁ ବାଲିଗୁଡା ଏସଡିପିଓ ଏବଂ ଆଇଆଇସି ଗୁରୁତର ସହ ନେଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031