Indus Valley Times

ବନ୍ଧା ହେଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା

 Breaking News

ବନ୍ଧା ହେଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା

ବନ୍ଧା ହେଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା
June 07
19:10 2026

କନ୍ଧମାଳ, ୭/୬ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଗତକାଲି ଶ୍ରୀ ବେହେରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ବିପୁଳ ସଂପତ୍ତି ଠାବ କରିଥିଲା। ସେଥିମଧ୍ୟରେ ରହିଛି ୫ଟି କୋଠା ଓ ୧୪ଟି ଦାମୀ ପ୍ଳଟ୍‌। ତାଙ୍କଠାରୁ ୨.୦୪ କୋଟିରୁ ଅଧିକ ନଗଦ ଟଙ୍କା ଓ ୫୦୦ ଗ୍ରାମର ସୁନା ଜବତ କରାଯାଇଛି। ସେହିପରି ସେ ବ୍ୟାଙ୍କରେ ୪୫ ଲକ୍ଷ ଟଙ୍କା ଜମା ରଖିଛନ୍ତି। ତା’ ସହିତ ଅନ୍ୟାନ୍ୟ ସଂପତ୍ତି ଠାବ କରାଯାଇଛି। ତାଙ୍କର ୫ଟି କୋଠା ମଧ୍ୟରୁ ୪ଟି ଭୁବନେଶ୍ୱରରେ ରହିଛି। ସେ ରହୁଥିବା ଘରର ଇଣ୍ଟେରିଅର ଦେଖିଲେ ଯେ କେହି ବି ଚକିତ ହୋଇଯିବେ। ତେବେ ସେ କିଭଳି ଏତେ ସଂପତ୍ତି ଠୁଳ କଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।
ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ପତ୍ନୀଙ୍କ ନାମରେ ଥିବା ଏକ ଲକରକୁ ଭିଜିଲାନ୍ସ ଏଯାଏ ଖୋଲି ନାହିଁ ବୋଲି କହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031