Indus Valley Times

ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ

 Breaking News

ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ

December 09
10:43 2019

ଭୁବନେଶ୍ୱର,୯ ।୧୨: ରବିବାର ଦିନ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମର୍ନ୍ତୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ମରଶରୀର ପୂର୍ବାହ୍ନ ଘ. ୧୦.୩୦ ମି. ସମୟରେ କଂଗ୍ରେସ ଭବନ ପରିସରରେ ପଂହଚିଥିଲା ।
ସେଠାରେ ଶୋକାକୁଳ ପରିବେଶ ଭିତରେ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ କାହ୍ନୁଚରଣ ଲେଙ୍କା, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ସମେତ, ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି, ସମୀର କୁମାର ରାଉତରାୟ, ଗୁରୁପଦ ନନ୍ଦ, ବରିଷ୍ଠ ଆଇନଜୀବି କଂଗ୍ରେସ ନେତା ଧରଣୀଧର ନାୟକ, ପଦ୍ମାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, ଦୀପକ ମହାପାତ୍ର, ହଳଧର ସେଠୀ, ସୁଶାନ୍ତ ତ୍ରିପାଠୀ, ମାନସ ମଲ୍ଲିକ, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ସଂକୁନା କହଁର, ବିନୋଦ ରାଉତ ପ୍ରମୁଖ କଂଗ୍ରେସ ନେତୃମଣ୍ଡଳୀ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରରେ ଶ୍ରୀଯୁକ୍ତ ପଟ୍ଟନାୟକ କଂଗ୍ରେସ ଦଳୀୟ ପତାକା ଅର୍ପଣ ସହ ଶେଷ ସମ୍ମାନ ଜଣାଇଥିଲେ ।
ସ୍ୱର୍ଗତ ମହାନ୍ତିଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ବିଶେଷକରି କଂଗ୍ରେସ ଦଳ ପାଇ ଅପୁରଣୀୟକ୍ଷତି ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930