Indus Valley Times

ବରିଷ୍ଠ ନାଗରିକ ମଞ୍ଚର ଷଷ୍ଠ ବାର୍ଷିକ ଉତ୍ସବ ପାଳନ

 Breaking News

ବରିଷ୍ଠ ନାଗରିକ ମଞ୍ଚର ଷଷ୍ଠ ବାର୍ଷିକ ଉତ୍ସବ ପାଳନ

ବରିଷ୍ଠ ନାଗରିକ ମଞ୍ଚର ଷଷ୍ଠ ବାର୍ଷିକ ଉତ୍ସବ ପାଳନ
January 19
10:25 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୯/୧: ସାମାଜିକ ଜୀବନରେ ଭାଙ୍ଗିଯାଉଥିବା ଭାଇଚାରାକୁ ଫେରାଇ ଆଣିବାର ସଂକଳ୍ପ ନେଇ ବରିଷ୍ଠ ନାଗରିକ ମଞ୍ଚ, ଖୋରଧା ଏହାର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠାନ ପରିସରରେ ପାଳନ କରିଅଛି ।
ଅନୁଷ୍ଠାନର ୩୫୦ରୁ ଉର୍ଦ୍ଧ୍ୱ ସଦସ୍ୟା/ସଦସ୍ୟ ଉତ୍ସବରେ ଯୋଗ ଦେଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି, ପ୍ରଦୀପ ପ୍ରଜ୍ୱଳନ ଓ ଭକ୍ତି ସଙ୍ଗୀତରେ ଆରମ୍ଭ ହୋଇଥିବା ଉତ୍ସବରେ ଦେବପ୍ରସାଦ ମଜୁମଦାର ସଭାପତିତ୍ୱ କରିଥିଲେ । ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ସମ୍ପାଦକ ରାମଶଙ୍କର ଦିବଂଗତ ସଦସ୍ୟବୃନ୍ଦଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରି ବାର୍ଷିକ ବିବରଣୀ ପାଠ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ଅନ୍ତର୍ଗତ ବାଣପୁର, ବାଲୁଗାଁ, ନିରାକାରପୁର, ନାଚୁଣୀ, ଟାଙ୍ଗି, ବାଜପୁର, ବୋଲଗଡ଼, ବେଗୁନିଆ, ଗେଡିଆପଲ୍ଲୀ ଓ ଜଟଣୀରେ କାର୍ଯ୍ୟରତ ବରିଷ୍ଠ ନାଗରିକ ଅନୁଷ୍ଠାନର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସମାଜ ଓ ଅନୁଷ୍ଠାନ ପ୍ରତି ଅବଦାନ ନିମନ୍ତେ ଅଶୀ ବର୍ଷରୁ ଉର୍ଦ୍ଧ୍ୱ ଡ. ନାରାୟଣ ରାଓ, ଭୀମସେନ ପ୍ରଧାନ, ପ୍ରଫୁଲ କୁମାର ମହାପାତ୍ର, ରାଧାବଲ୍ଲଭ ରାୟ, ମହିନ୍ଦ୍ର ଚନ୍ଦ୍ର ମିଶ୍ର ଓ ଦୀନବନ୍ଧୁ ବିଶ୍ୱାଳଙ୍କୁ “ବୟୋଜ୍ୟେଷ୍ଠ ନାଗରିକ ସମ୍ମାନ – ୨୦୨୫” ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଷେତ୍ରବାସୀ ସାହୁଙ୍କୁ “ଆଦର୍ଶ ବରିଷ୍ଠ ନାଗରିକ ସମ୍ମାନ” ଓ ଜୀତେନ୍ଦ୍ର ପଟ୍ଟନାୟକଙ୍କୁ “ଆଦର୍ଶ ପରିବାର ସମ୍ମାନ” ପ୍ରଦାନ କରାଯାଇଥିଲା ।
୨୦୨୬-୨୦୨୭ ଦୁଇବର୍ଷ ନିମନ୍ତେ ନୂତନ କାର୍ଯ୍ୟନିର୍ବାହୀ ସଦସ୍ୟ ଦେବପ୍ରସାଦ ମଜୁମଦାର, ଅଖିଳ ଚନ୍ଦ୍ର୍ର ପ୍ରଧାନ, ହାଜି ନସିମ୍ ଉଦ୍ଦିନ ଖାଁ, ଡ. ପ୍ରମୋଦ ଚନ୍ଦ୍ର ଦାଶ, ଡାକ୍ତର ବାସୁଦେବ ପାତ୍ର ଉପଦେଷ୍ଟା ରୂପେ, ବିଧାନ ଚନ୍ଦ୍ର ମହାନ୍ତି ସଭାପତି, ରତ୍ନାକର ରଣସିଂହ, ରବିନ୍ଦ୍ର କୁମାର ସାହୁ, ଶ୍ରୀମତୀ ସୌଦାମିନି ପଟ୍ଟନାୟକ, କୃଷ୍ଣଚନ୍ଦ୍ର ହରିଚନ୍ଦନ, ବସନ୍ତ କୁମାର ଦାଶ ଉପସଭାପତି, ରାମଶଙ୍କର ସମ୍ପାଦକ, ସନ୍ତୋଷ କୁମାର ଦାସ, ଯୁଗ୍ମ ସମ୍ପାଦକ, ହରମୋହନ ମହାପାତ୍ର, ନବକିଶୋର ମହାପାତ୍ର, ନବୀନ ସାମନ୍ତସିଂହାର, କ୍ଷେତ୍ରବାସୀ ସାହୁ, ଗଦାଧର ଗୋଛି ସହସମ୍ପାଦକ, ସତ୍ୟବ୍ରତ ଦାସ କୋଷାଧ୍ୟକ୍ଷ, ବିପ୍ରଚରଣ ବେହେରା, ଗଗନ ବିହାରୀ ପାଣିଗ୍ରାହୀ, ଅଞ୍ଜନ କୁମାର ରାୟ, ବିପିନ ବିହାରୀ ମିଶ୍ର, ବିରଞ୍ôଚ ନାରାୟଣ ପ୍ରଧାନ ଓ ଶ୍ରୀମତୀ ସେବତୀ ଭୂୟାଁଙ୍କୁ ସ୍ୱାଗତ କରାଯାଇଥିଲା ।
ୟ ଜୟକୃଷ୍ଣ ନାୟକ, ଶରତ କୁମାର ସାହୁ, ବିଜୟ କୁମାର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ରବିନାରାୟଣ ପାଇକରାୟ ଉତ୍ସବକୁ ପରିଚାଳନା କରିଥିଲେ । ଜାତୀୟ ସଙ୍ଗୀତ ଗାନସହ ସଭାସାଙ୍ଗ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031